ଗଞ୍ଜାମରେ ପୋଲିସ-ଡ୍ରାଇଭର ଖଣ୍ଡଯୁଦ୍ଧ : ୧୨ ଗିରଫ, ୭ ଅଟକ
17/03/2023 at 12:30 PM

ଖଲ୍ଲିକୋଟ ୧୭।୩: ପୋଲିସ ଓ ଓଡିଶା ଡ୍ରାଇଭର ଏକତା ମହାସଂଘ ଖଣ୍ଡଯୁଦ୍ଧ । ପୋଲିସକୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ଗଞ୍ଜାମ ପୋଲିସ ଗିରଫ କରିଛି l ଏ ନେଇ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସୂଚନା ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପକୁଡିବନ୍ଧ ଛକ ନିକଟରେ ଡ୍ରାଇଭରମାନେ ଆନ୍ଦୋଳନ କରିବା ସମୟରେ ବିଭିନ୍ନ ଗାଡିଗୁଡିକୁ ଭଙ୍ଗାରୁଜା କରିବା ସହି ପୋଲିସକୁ ଆକ୍ରମଣ କରିଥିଲେ l ଏଥିରେ ୬ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ l ବର୍ତ୍ତମାନ ସୁଦ୍ଧା ଆଉ ୭ ଜଣଙ୍କୁ ପୋଲିସ ଅଟକ ରଖିଛି l ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି l
Related Posts
୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27 March 2023