ବାରଙ୍ଗ ପୋଲିସ ଦ୍ବାରା ୭ ଡକାୟତ ଗିରଫ
21/07/2019 at 6:18 PM

ବାରଙ୍ଗ ୨୧|୫: ବାରଙ୍ଗ ପୋଲିସ ଦ୍ବାରା ଜଣ ଡକାୟତଙ୍କୁ କୋର୍ଟ ଚାଲଣ କରିଛି । ଏମାନେ କିଛି ଦିନ ହେଲା କଟକ ସଦର, ବାରଙ୍ଗ ଓ ଏହାର ଆଖପାଖ ଅଂଚଳରେ ଭିନ୍ନ ଭିନ୍ନ ଲୁଟତରାଜ, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା, ୭ଟି ମୋବାଇଲ, ଗୋଟିଏ ଟର୍ଚ, କଟୁରି, ସାବଳ, ରଡ ଏବଂ ତିନୋଟି ମୋଟର ସଇକେଲ, ଲଙ୍କା ଗୁଣ୍ଡ ପକେଟ ଜବତ କରିଛି ପୋଲିସ ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022