ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୭ ମୃତ
15/06/2019 at 3:04 PM

ବରୋଦା ୧୫|୬: ଗୁଜରାଟର ବରୋଦା ଅଞ୍ଚଳରେ ଅଘଟଣ ଘଟିଛି । ବରୋଦାରେ ପାଇଖାନା ଟାଙ୍କି ସଫେଇ ବେଳେ ଶ୍ଵାସରୁଦ୍ଧ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ପାର୍ତ୍ତିକୁଇଁ ଗାଁରେ ଥିବା ଏକ ହୋଟେଲର ସେପ୍ଟିକ ଟାଙ୍କି ସଫା ହେଉଥିଲା । ୪ ଜଣ ସଫେଇ କର୍ମଚାରୀଙ୍କ ସହ ତିନି ଜଣ ହୋଟେଲ କର୍ମଚାରୀ ସଫା କାମରେ ନିୟୋଜିତ ହବୋଇଥିଲେ | ତେବେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ୭ ଜଣ ଶ୍ବାସରୁଦ୍ଧ ହୋଇପଡିଥିଲେ |

ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ଆସି କିମ୍ବା ଅମ୍ଳଜାନ ଅଭାବରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ସେମାନଙ୍କ ମୃତେହ ଉଦ୍ଧାର କରିଛି । ଘଟଣା ପରେ ହୋଟେଲ ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।