ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଚୋରାଚାଲାଣ ବେଳେ ଧରିଲା ପୋଲିସ : ୨୦୦ରୁ ଅଧିକ ଗୋରୁ ଉଦ୍ଧାର, ୭ ଅଟକ

9/10/2022 at 3:23 PM

ଜଳେଶ୍ୱର ୦୯।୧୦ : ଓଡିଶାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ବେଳେ ଜଳେଶ୍ବର ରାଜଘାଟ ନାକା ପଏଣ୍ଟରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ପିକଅପ ଭ୍ୟାନ୍ ଜବତ । ୨୦୦ରୁ ଅଧିକ ଗୋରୁ ଜବତ ଜବତ ହୋଇଥିବା  ୭ ମାଫିଆଙ୍କୁ ଥାନାରେ ଅଟକ ରଖାଯାଇଛି । ତେବେ  ସବୁଠୁ ବଡ କଥା ଜଣେ ଗାଡି ହେଲପର୍ ଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୬୦ନ ଜାତୀୟ ରାଜପଥ ଦେଇ ବିଳମ୍ବିତ ରାତିରେ ଗୋରୁ ଚାଲାଣ କରାଯାଉଥିଲା । ଖବର ପାଇ ଜଳେଶ୍ବର ପୋଲିସ ୩ଟି କଣ୍ଟେନର ଏବଂ ଗୋଟିଏ ପିକଅପ ଭ୍ୟାନ୍ ଜବତ କରିଥିଲା । ଯେଉଁଥିରେ ୨୦୦ରୁ ଅଧିକ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିଲା । ଗାଡି ଗୁଡିକୁ ଜବତ କରି ଗୋରୁ ଗୁଡିକୁ ଉଦ୍ଧାର କରାଯାଇଥିଲା ବେଳେ ୭ଗୋରୁ ମାଫିଆ ସହିତ ଗାଡିଚାଳକ ଓ ହେଲ୍‌ପରକୁ ପୋଲିସ ଅଟକ ରଖିଛି । ତେବେ ଗାଡିରୁ ଜଣେ ହେଲ୍ପରଙ୍କ ମୃତଦେହ ଜବତ କରାଯାଇଛି । ପୋଲ ଉପରୁ ଡେଇଁ ହେଲପର୍ ଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଥିଲା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ।

   Related Posts