oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦ୍ୱିତୀୟ ବିଶ୍ୱ ଯୁଦ୍ଧଠୁବି ହୋଇପାରେ ଭୟଙ୍କର; ୭ଟି ବଡ଼ କ୍ଷତି ନିଶ୍ଚିତ…  

21/02/2022 at 4:01 PM

ନୂଆଦିଲ୍ଲୀ୨୧/୦୨ : ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ଏବେ ଦୁଇ ଦେଶ ଭିତରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଆମେରିକା ଫ୍ରାନସ ଓ କିଛି ଅନ୍ୟ ଦେଶ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ଚେଷ୍ଠା କରୁଛନ୍ତି । କିନ୍ତୁ ଯୁଦ୍ଧ ଟଳିବାର ପରିସ୍ଥିତି ଏବେ ଦେଖାଯାଉନାହିଁ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା ତେବେ ସାରା ଦୁନିଆରେ ଏହାର ପ୍ରଭାବ ବ୍ୟାପକ ଭାବେ ପଡ଼ିବ। ଆସନ୍ତୁ ଜାଣିବା ଯଦି ଯୁଦ୍ଧ ହୁଏ କିପରି ଭାବେ ଏହାର ପ୍ରଭାବ ପଡ଼ିବ ?

୧. ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲା ତାହେଲେ ସର୍ବ ପ୍ରଥମେ ଏହାର ପ୍ରଭାବ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମୂଲ୍ୟ ଉପରେ ପଡ଼ିବ। ପ୍ରକୃତରେ ୟୁରୋପର ଅଧିକାଂଶ ଦେଶ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ । ଯୁଦ୍ଧ ହେଲେ ଯଦି ଋଷର ତୈଳ ଯୋଗାଣ ବନ୍ଦ ହୋଇଯାଏ ତାହେଲେ ଏହା ଅଧିକ ପଶ୍ଚିମ ୟୁରୋପ ଦେଶମାନଙ୍କ ଉପରେ ପ୍ରଭାବ ପକାଇବ । ଯଦି ଯୋଗାଣ ବନ୍ଦ ନହେବ ତାହେଲେ ଏହାର ମୂଲ୍ୟ ବୃଦ୍ଧି ପାଇବ। ଏବେ କେବଳ ଉତ୍ତେଜନାରେ ତୈଳଦର ବେରେଲ ପ୍ରତି ୧୦୦ ଡଲାରରେ ପହଞ୍ଚିଛି । ଯଦି ଯୁଦ୍ଧ ହେଲା ତାହେଲେ ତୈଳଦର ବେରେଲ ପ୍ରତି ୧୨୫-୧୩୦ ଟଙ୍କା ହୋଇଯିବ। ଯୁଦ୍ଧ ସମୟରେ ଅଚାନକ ବିକଳ୍ପ ମଧ୍ୟ ଖୋଜା ହୋଇ ପାରିବ ନାହିଁ। କାରଣ ପ୍ରତ୍ୟକ ଦେଶରେ ତୈଳ ଯୋଗାଣକୁ ନେଇ ପ୍ରଥମରୁ ନିୟମ ସ୍ଥିର ହୋଇଥାଏ। କୌଣସି ଦେଶ ହଠାତ କାହାରିକୁ ଯୋଗାଣ କରିପାରିବେ ନାହିଁ ।

୨. ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରିପାରେ। ଯୁଦ୍ଧ ହେଲେ ସାରା ଦୁନିଆର ବଜାରରେ ପ୍ରଭାବ ପଡ଼ିପାରେ । ବୈଦେଶିକ ମୁଦ୍ରା ବଜାରରେ ଅନିଶ୍ଚିତତା ପରିବେଶ କରିବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଖିବାକୁ ମିଳିପାରେ । କରୋନା ମହାମାରୀ ପ୍ରଥମରୁ ଅର୍ଥବ୍ୟବସ୍ଥାକୁ ବହୁତ ପ୍ରଭାବିତ କରିଛି ।

୩. ଯୁଦ୍ଧ ହେଲେ ଦୁନିଆ ଦୁଇଭାରେ ବିଭକ୍ତ ହୋଇଯିବ । ଆମେରିକା ପ୍ରଥମରୁ କହିଦେଇଛି ଯଦି ଯୁଦ୍ଧ ହେଲା ତାହେଲେ କେବଳ ଋଷ ଉପରେ ନୁହେଁ ଋଷକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଇବ। ସେହିପରି ୟୁରୋପିୟ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନର ସାଥ ଦେବ । ୟୁରୋପ କହିଛି ସେ ଯୁଦ୍ଧରେ ଅଂଶ ଗ୍ରହଣ ନକଲେ ମଧ୍ୟ ୟୁକ୍ରେନକୁ ସମସ୍ତ ପ୍ରକାର ସାହାଯ୍ୟ କରିବ। ଇଂଲଣ୍ଡ ଓ ଫ୍ରାନସ ଭଳି ଦେଶ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଇ ସାହାଯ୍ୟ କରୁଛନ୍ତି । ଏପରି ଭାବେ ଋଷକୁ ସମର୍ଥନ କରୁଥିବା ଦେଶ ଓ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ଦୁଇ ଭାଗ ହୋଇଯାଇପାରନ୍ତି ।

୪. ଯଦି ଯୁଦ୍ଧ ହେଲା ଓ ଋଷ ୟୁକ୍ରେନକୁ ଦଖଲ କଲା ୟୁକ୍ରେନ ଦ୍ୱିତୀୟ ଆଫଗାନିସ୍ତାନ ହୋଇାପାରେ । ଏପରି ସ୍ଥିତିରେ ଋଷର କ୍ଷତି ହୋଇପାରେ । ଏହା ଠିକ ସେହି ପରି ହେବ ଯେପରି ୧୯୯୨ ରେ ଆଫଗାନିସ୍ତାନ ସହିତ ହୋଇଥିଲା ।ସେଠାରେ ଋଷ ବହୁତ ଦିନ ପର୍ଯ୍ୟନ୍ତ ଫସି ରହିଥିଲା । ଶେଷରେ ଋଷ ଖାଲି ହାତରେ ଫେରିଥିଲା ଓ ସୋଭିଏତ ସଂଘ ଭାଙ୍ଗିଯାଇଥିଲା ।

୫. ଯଦି ଯୁଦ୍ଧ ହେଲା ଏହାକୁ ରୋକିବା କାହାରି ପାଇଁ ସମ୍ଭବ ହେବ ନାହିଁ। ଏବେ ଆଉ ପୂର୍ବ ଋଷ ନାହିଁ । ଏବେ ଋଷ ନିଜକୁ ଶକ୍ତି ଶାଳୀ କରିଦେଇଛି । ମଧ୍ୟ ଏସିଆରେ ଋଷର ଭଲ ଦବଦବା ରହିଛି । ଋଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ପରମାଣୁ ଅସ୍ତ୍ର ମାମଲାରେ ଋଷ ମଧ୍ୟ ଭାରି ପଡ଼ିପାରେ । ସେହିପରି ୟୁକ୍ରେନ ସହିତ ଆମେରିକା ଭଳି ବଡ଼ ରାଷ୍ଟ୍ର ମଧ୍ୟ ରହିଛି। ଏପରି ଭାବେ ଏହି ଯୁଦ୍ଧକୁ ଶୀଘ୍ର ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ।

୬. ଯୁଦ୍ଧ ହେଲେ ସାରା ଦୁନିଆରେ ଗହମ ସଙ୍କଟ ଦେଖାଦେବ। ପ୍ରକୃତରେ ୟୁକ୍ରେନ, ଋଷ, କାଜକିସ୍ତାନ, ଓ ରୋମାନିଆ ଦୁନିଆକୁ ଅଧିକ ମାତ୍ରାରେ ଗହମ ରପ୍ତାନୀ କରନ୍ତି । ଯୁଦ୍ଧ ହେଲେ ଏହି ରପ୍ତାନି ବାଧାପ୍ରାପ୍ତ ହେବ।

୭. ଯୁଦ୍ଧ ଦ୍ୱାରା ଆର୍ଥିକ ସଙ୍କଟ ସୃଷ୍ଟିହେଲେ ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବ। କିନ୍ତୁ ବୈଦେଶିକ ସମ୍ବନ୍ଧ ଦୃଷ୍ଟିରୁ ଭାରତ ଅଧିକ କ୍ଷତି ସହିବ ନାହିଁ। ଭାରତ ଏହି ମାମଲାରେ ପ୍ରଥମରୁ ଆଲୋଚନା ଉପରେ ଗୁରୁତ୍ୱ ଦେଇଛି । ଋଷ ମଧ୍ୟ ଭାରତର ତାରିଫ କରିଛି ।

   Related Posts