କ୍ରସରରୁ ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ
23/06/2022 at 2:19 PM

ଗଜପତି ୨୩।୬: ଗଜପତି ଜିଲ୍ଲା ମୋହନା ଥାନl ବନ୍ଧାଗୁଡା ଗାଁରେ ଥିବା ଜଣେ ବ୍ୟକ୍ତିଙ୍କ କ୍ରସରରୁ ଚୋରି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୋହନା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନୀଲ ନାୟକ, ସାଇମନ ନାୟକ, ଅଭିନାଶ ନାୟକ, ଅଡବା ଗାଁର ନିରଞ୍ଜନ ବେହେରା ଓ ମୋହନାର ନାରାୟଣ ଦାସ । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଅଟୋ, ୨ଟି ବ୍ୟାଟେରୀ ଓ ୧୧ଟି ଲୁହା ଡବା ଜବତ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖରେ ପ୍ରଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ବନ୍ଧାଗୁଡା ଗାଁରେ ଥିବା କ୍ରସରରୁ ଚୋରୀ ହୋଇଥିବା ନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ ।