୧୫ ସୁଦ୍ଧା ବିଲ୍ ନଦେଲେ ୧୬ ରେ ବିଦ୍ୟୁତ କାଟ୍, ସେସୁ ଗଠନ କରିଛି ସ୍କ୍ୱାଡ୍ : କିସ୍ତିରେ ବି ଦେଇ ହେବ ବକେୟା ବିଲ୍

Published By : Prameya-News7 Bureau | January 09, 2020 IST

ଭୁବନେଶ୍ୱର ୦୯/୦୧- ବକେୟା ବିଦ୍ୟୁତ ବିଲ୍ ଆଦାୟ ପାଇଁ ସରକାର ଏବେ କଠୋର । ବିଲ୍ ନଦେଲେ ବିଦ୍ୟୁତ କଟିବ ବୋଲି ପୂର୍ବରୁ  ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା(ସେସୁ )ପକ୍ଷରୁ ସତର୍କ କରାଯାଇଥିଲା। ଏବେ ଆହୁରି କଠୋର ହୋଇଛନ୍ତି କର୍ତ୍ତୃପକ୍ଷ । ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ନଦେଲେ , ତାପର ଦିନ ଅର୍ଥାତ୍ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଅର୍ଥାତ ଲାଇନ କଟିବ । ସେସୁ ପକ୍ଷରୁ ସର୍ବସାଧାରଣ ନୋଟିସ ପରେ ଏବେ ଆହୁରି କଠୋର ହୋଇଛି ବିଭାଗ । ଆସନ୍ତା ୧୬ ତାରିଖରୁ ଏକ ସ୍ପେଶାଲ ଡିସକନେକ୍ସନ ଡ୍ରାଇଭ କରିବ ସେସୁ ।

{"id":209153,"width":579,"height":444,"sizeSlug":"large"}

  ସେସୁ ସୂଚନା ଅନୁଯାୟୀ,  ବକେୟା ବିଦ୍ୟୁତ ବିଲ୍‌ରୁ ମାତ୍ର ୨୧ କୋଟି ଟଙ୍କା ଗତ ମାସରେ ଆଦାୟ ହୋଇଛି । ତେବେ ଆହୁରି ୧୯୭୧ କୋଟି ଟଙ୍କା ବିଦ୍ୟୁତ ବିଲ୍ ବାକି । ଏହା ଗତ ନଭେମ୍ବର ଶେଷ ସୁଦ୍ଧା ହିସାବ । ବିଲ୍ ବକେୟା ରଖିଥିବା ଗ୍ରାହକଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ଗ୍ରାହକ ସେମାନଙ୍କ ବିଲ୍ ପୈଠ କରିଛନ୍ତି । କିନ୍ତୁ ଅନେକ ବିଲ୍ ଦେଇନାହାନ୍ତି। ତେଣୁ ୧୬ ତାରିଖରୁ ରାଜ୍ୟରେ  ବିଦ୍ୟୁତ ସଂଯୋଗ କାଟ ଡ୍ରାଇଭ୍ ଆରମ୍ଭ ହେବ ।  ରାଜ୍ୟରେ ମୋଟ ୧୧୩୯୭ ଗାଁରେ ବକେୟା ଦେଇନଥିବା ଗ୍ରାହକଙ୍କ ବିଜୁଳି କଟାହେବ । ଏଥିପାଇଁ ୪୧୩ ସ୍କ୍ୱାଡ୍  ଗଠନ କରାଯାଇଛି । ଏହି ସ୍କ୍ୱାଡ୍ ରାଜ୍ୟର ୨୦ ଡିଭିଜନ,୬୫ ସବ ଡିଭିଜନ, ୨୪୭ ସେକସନଏବଂ ୧୬୪୩ ରୁଟ୍ରେ ଡିସକନେକ୍ସନ ଡ୍ରାଇଭ କରିବେ ବା   ବକେୟା ଟଙ୍କା ଦେଇ ନ ଥିବା ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ  କାଟିବେ ।  ପ୍ରତିଦିନ ସ୍କ୍ୱାଡ୍ ୩-୪ ଗାଁ ବୁଲି ଲାଇନ୍ କାଟିବେ । ତେବେ ବିଦ୍ୟୁତ ବିଲ୍ ଆଦାୟ ପାଇଁ ପୂର୍ବରୁ ବିଜ୍ଞାପନ, ଲିଫଲେଟ, ମାଇକ ଯୋଗେ ଲୋକଙ୍କୁ ଅବଗତ କରାଯାଉଛି ।

{"id":209154,"sizeSlug":"large"}

 ଏହା ସହ ବକେୟା ବିଲ୍ ଆଦାୟ ଲାଗି ବିଦ୍ୟୁତ ଗ୍ରାହକଙ୍କୁ ମଧ୍ୟ କିଛି ସୁବିଧା ଦେବେ ସରକାର । ଗ୍ରାହକଙ୍କ  କିସ୍ତିରେ ସେମାନଙ୍କ ବକେୟା ବିଲ୍ ବାବଦ ଅର୍ଥ ପୈଠ କରିପାରିବେ । ଥେବେ କେବଳ ଘରୋଇ ଗ୍ରାହକ ନୁହନ୍ତି, ଶିଳ୍ପ ସଂସ୍ଥା , ଘରୋଇ ସଂସ୍ଥା ସହ ସରକାରୀ ସଂସ୍ଥା ଏବଂ କାର୍ଯ୍ୟାଳୟ ବି ବକେୟା ବିଦ୍ୟୁତ ବିଲ୍ ଜନିତ ନିୟମରୁ ବାଦ ପଡିବେ ନାହିଁ । ସେମାନେ ବିଦ୍ୟୁତ ବିଲ୍ ପୈଠ ନକଲେ ସେମାନଙ୍କ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.