ଗୁଜୁରାଟରେ ୬୬ବର୍ଷ ପରେ ହେବ ଫାଶୀ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀ ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି

Published By : Prameya-News7 Bureau | February 08, 2020 IST

ସୁରଟ ୦୮।୦୨:  ସାରାଦେଶରେ ନିର୍ଭୟା ଦୋଷୀଙ୍କୁ ପାଶୀ ନେଇ ରାଜନୀତି ଚାଲିଥିବା ବେଳେ ଗୁଜୁରାଟର ସୁରଟ ଆସିଛି ଏକ ଖବର । ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେସନ୍ସ କୋର୍ଟ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଗୁଜୁରାଟ ୬୬ବର୍ଷ ହେଲା କାହାକୁ ଫାଶୀ ଦିଆଯାଉନାହିଁ । ୬୬ବର୍ଷ ପରେ ଜଣେ ଦୋଷୀକୁ ଫାଶୀ ଦେବାକୁ ଯାଉଛି ପ୍ରଶାସନ ।  ଏଥିଲାଗି ଡ଼େଥ୍ ଓ୍ବେରଣ୍ଟ ଜାରି ହୋଇଛି ।

ଆସନ୍ତା ଫେବୃଆରୀ ୨୯ ସକାଳ ୪ଟା ୩୯ମିନିଟେର ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦୋଷୀ ଗୁଜୁରାଟ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । କିନ୍ତୁ ହାଇକୋର୍ଟ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଦୋଷୀର ଆବେଦନ ଖାରଜ ହେବା ପରେ ସାବରମତି ଜେଲ୍ ପ୍ରଶାସନ ଦୋଷୀ ଅନିଲ ଯାଦବକୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ସାବରମତି ଜେଲରେ ଫାଶୀ ପୂର୍ବରୁ ରିହର୍ରସେଲ ଆରମ୍ଭ ହୋଇଗଲାଣି । ଫାଶୀ ପାଇଁ ଗୁଜୁରାଟ ଜହ୍ଲାଦ ଫାଶୀ ଦେବେନାହିଁ । ଅନିଲଙ୍କୁ ଫାଶୀ ଦେବା ପାଇଁ ନିର୍ଭୟା ଦୋଷୀଙ୍କ ପାଇଁ ନିଯୁକ୍ତ ହୋଇଥିବା ପବନ ଜହ୍ଲାଦକୁ ଡକାଯାଇଥିବାର ସୂଚନା ମିଳିଛି ।

ଆଗକୁ ଯଦି କୌଣସି ଆଇନ ବିକଳ୍ପ ବାଧା ସୃଷ୍ଟି ନକରେ, ତେବେ ଧାର୍ଯ୍ୟ ତାରିଖ ଅନୁସାରେ ଅନିଲକୁ ଫାଶୀ ଦିଆଯିବ । ଜେଲରେ ଥିବା ଫାଶୀ ଘର ଗତ ୬୬ବର୍ଷ ହେଲା ବ୍ୟବହାର କରାଯାଇନାହିଁ । ସାବରମତି ଜେଲରେ ଶେଷ ଫାଶୀ ୧୯୫୩ରେ ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ରାଜକୋଟ ଜେଲରେ ୪ ଓ ବଡୋଦୋର ଜେଲରେ ୩ଜଣ କଏଦୀଙ୍କୁ ଫାଶୀ ଦିଆଯାଇଛି । ୧୯୫୩ରେ କାନା ପରବତକୁ ଶେଷ ଥର ପାଇଁ ଅହମ୍ମଦାବାଦର ସାବରମତି ଜେଲରେ ଫାଶୀ ଦିଆଯଇଥିଲା ।

କଣ ଥିଲା ମାମଲା-

ସୁରଟର ଏକ ଦଳିତ ପରିବାରରେ ୩.୫ବର୍ଷ ବୟସର ନାବାଳିକାକୁ ୧୪ଅକ୍ଟୋବର ୨୦୧୮ରେ ସଂଧ୍ୟାରେ ହଠାତ୍‌ ନିଖୋଜ ହୋଇଯାଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ବହୁ ଖୋଜଖୋଜି ପରେ କୌଣସି ଖୋଜ ଖବର ମିଳିନଥିଲା । ପରଦିନ ପରିବାର ପକ୍ଷରୁ ଲିମ୍ବାୟତ ଥାନାରେ ଅଭିଯୋଗ କରାଯାଇଥିଲା । ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଥିଲା । ପୋଲିସ ଖୋଜଖୋଜି କରିବା ସମୟରେ ପଡୋଶୀ ଘର ନିକଟରୁ ଏକ ଅଖା ଭିତରେ ନାବାଳିକାଙ୍କ ମୃତଦେହ ମିଳିଥିଲା । ପୋଲିସ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିହାରର ବାସିନ୍ଦା ଅନିଲ ଯାଦବକୁ ଗିରଫ କରିଥିଲେ । ପୋଲିସ ଆଗରେ ଅନିଲ ନିଜର ସମସ୍ତ ଦୋଷ ସ୍ବୀକାର କରିଥିଲା । ଏହି ମାମଲାରେ ସୁରତ ସେସନ କୋର୍ଟ ଅନିଲ ଯାଦବକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡ ଦେଇଥିଲେ । ତେବେ ଅନିଲ ଯାଦବର ଫାଶୀ ସମୟ ପାଖେଇ ଆସିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜହ୍ଲାଦ ନିଯୁକ୍ତି ହୋଇନାହିଁ । କେବଳ ଗୁଜୁରାଟ ନୁହେଁ ପଞ୍ଜାବ, ହରିୟାଣା, ଉତ୍ତରଖଣ୍ଡରେ ଜହ୍ଲାଦ ନିଯୁକ୍ତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.