ପତ୍ନୀଙ୍କୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | September 28, 2023 IST

ଗଜପତି: ପତ୍ନୀଙ୍କୁ ହତ୍ୟା କରିବା ଘଟଣାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ। ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ବାଦ ପୁର ଗ୍ରାମରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ । ଅଭିଯୁକ୍ତ ହେଲେ ସୁବାସ ଚନ୍ଦ୍ର ନାୟକ ।

୨୦୧୯ ମସିହା ଏପ୍ରିଲ ମାସ ୫ ତାରିଖରେ ଆର.ଉଦୟଗିରି ଟାଙ୍ଗିଲି ପଦରଗ୍ରାମର ସୁବାସ ନାୟକ ଓ ତାଙ୍କ ପତ୍ନୀ ରୁନିତା ନାୟକଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ । ଉଭୟଙ୍କ ଗୋଟିଏ ଶିଶୁ କନ୍ୟା ମଧ୍ୟ ରହିଛି। ତେବେ ବର୍ତ୍ତମାନ ସୁବାସ ଚନ୍ଦ୍ର ନାୟକଙ୍କୁ ଗଜପତି ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ୧୦ ହଜାର ଜରିମାନା ମଧ୍ୟ ଲଗାଇଛନ୍ତି। ଘଟଣାରେ ଝିଅ ମାମୁନି ନାୟକଙ୍କ ବୟାନକୁ ଆଧାର କରି ବାପା ସୁବାସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପୁତୁରାର ପନିକି ଚୋଟରେ ବଡ଼ବାପା ମୃତ, ପୋଲିସ୍‌ କରୁଛି ତଦନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.