ସେସପୋଲ ଗାଡିକୁ ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ

Published By : Prameya-News7 Bureau | June 30, 2021 IST

ହିଞ୍ଜିଳିକାଟୁ, ୩୦। ୦୬: କମ ସମୟରେ ଆବର୍ଜନା ସଂଗ୍ରହ ସହ ଜନସାଧାରଣ ଙ୍କୁ ଉତ୍ତମ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରପରିଷଦ ଏକ ନୁଆଁ ସେସପୋଲ ଗାଡିକୁ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ହିଞ୍ଜିଳିକାଟୁ ଗସ୍ତ କରି ଏମସିସି ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

୧ ହଜାର ଲିଟର କ୍ଷମତା ସେସପୋଲ ଦୁଇ ମିନିଟରେ ଆବର୍ଜନା ସଫା କରିବାର କ୍ଷମତା ରଖିଛି । ଉଦଘାଟନ କାଯ୍ୟକ୍ରମରେ ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାଯ୍ୟନିର୍ଭାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର, ପରିମଳ ବିଶେଷଜ୍ଞ ଅଭିଜିତ ପୁରହିତ, ପରିମଳ ଅଧିକାରୀ ସୁବାଷ ପଟ୍ଟନାୟକଙ୍କ ସମେତ ପୌରପରିଷଦର କର୍ମଚାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.