ପୋଲିସର ଦୁର୍ବ୍ୟବହାର ପ୍ରତିବାଦ, ନୀଳମାଧବ ମନ୍ଦିର ସେବାୟତଙ୍କ ଧାରଣା
29/05/2023 at 3:30 PM

ଖଣ୍ଡପଡା ୨୯।୫: ପୋଲିସର ଦୁର୍ବ୍ୟବହାର ବିରୋଧରେ କଣ୍ଟିଲୋ ନୀଳମାଧବ ମନ୍ଦିରର ପୂଜକମାନେ ଧାରଣା ଦେଇଛନ୍ତି । କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ମନ୍ଦିର ପୂଜକମାନେ ଏଭଳି ଅଭିଯୋଗ ଆଣିଛନ୍ତି । ଫାଣ୍ଡି ଅଧିକାରୀ ପୂଜକମାନଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସମୟରେ ଧମକ ଚମକ ଦେଉଛନ୍ତି ।

ତେବେ ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି କରି ସୋମବାର ମନ୍ଦିର ପୂଜକମାନେ ନୀତି ବନ୍ଦ କରିଥିବା ଜଣାପଡିଛି । ପୂଜକମାନେ ଠାକୁରଙ୍କ ନୀତି ବନ୍ଦ କରିବା ସହ ପର୍ଯ୍ୟଟକମାନଙ୍କୁ ଅସହଯୋଗ କରୁଥିବା ଜଣାପଡିଛି । ଭୋଗ ନ କରିବା ଯୋଗୁଁ ପର୍ଯ୍ୟଟକମାନେ ପ୍ରସାଦ ନପାଇ ମନ ଦୁଃଖରେ ଫେରୁଥିବା ଜଣାପଡିଛି ।

ଧାରଣାସ୍ଥଳଙ୍କୁ ଅତିରିକ୍ତ ଏସ୍ପି ପହଞ୍ଚି ପୂଜକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
Related Posts
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023
ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ
28 September 2023