ପୁରୀ ୧୬|୧: ଶ୍ରୀମନ୍ଦିର ନୀତି ବିଶୃଙ୍ଖଳା ଘଟଣାରେ ୩୪ ଜଣ ସେବାୟତଙ୍କୁ ନୋଟିସ୍ ହୋଇଛି । ଭତରଛ ସେବାୟତ ଭବାନୀ ଶଙ୍କର ମହାପାତ୍ରଙ୍କ ସମେତ ୩୪ ଜଣ ସେବାୟତଙ୍କୁ ୭ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି । ଗତ ଡିସେମ୍ବର ୨୮ ତାରିଖରେ ମହାପ୍ରଭୁଙ୍କ ସେବାନୀତି ୧୪ ଘଣ୍ଟା ଧରି ବନ୍ଦ ରହିଥିଲା । ଏହି ସେବାୟତମାନେ ଭତରଛ ସେବାୟତଙ୍କୁ ଉସୁକାଇ ସେଦିନର ସେବାନୀତି ବନ୍ଦ କରିଥିଲେ । ଫଳରେ ଶ୍ରୀଜିଉଙ୍କ ସକାଳ ନୀତି ସଂଧ୍ୟରେ ହୋଇଥିଲା । ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ । ଶ୍ରୀଜିଉ ଦିନସାରା ଉପାସ ରହିଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା ।
ଶ୍ରୀମନ୍ଦିର ପ୍ରଶାସନ ୧୦ ତାରିଖରେ ଶ୍ରୀମନ୍ଦିର କମାଣ୍ଡର, ଡେପୁଟି କମାଣ୍ଡର, ଟେମ୍ପୁଲ ପୋଲିସଙ୍କ ବୟାନ ରେକର୍ଡ କରିବା ସହ ସିଟିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି ତଦନ୍ତ ଆଧାରରେ ୩୪ ଜଣ ସେବାୟତ ଏହି ବିଶୃଙ୍ଖଳାରେ ସାମିଲ ଥିବା ଜଣାପଡିଛି । ଭିତରଛ ସେବାୟତକୁ ପୋଲିସ ମାଡ ମାରିଥିବା ଅଭିଯୋଗ କରି ସେବାୟତମାନେ ଏହି ନୀତି ବିଶୃଙ୍ଖଳା କରିଥିଲେ ।