ନବକଳେବର ଦାରୁ ଚିହ୍ନଟରେ ଦୁର୍ନୀତି ପ୍ରସଙ୍ଗ ; ଦଇତାପତି ନିଯୋଗ ଭିତରେ ଫାଟ !

Published By : Prameya-News7 Bureau | January 12, 2019 IST

ପୁରୀ ୧୨|୧: ନବକଳେବର ଦାରୁ ଚିହ୍ନଟରେ ଦୁର୍ନୀତି ଅଭିଯୋଗକୁ କେନ୍ଦ୍ର କରି ଦଇତାପତି ନିଯୋଗ ଭିତରେ ଫାଟ ଦେଖାଦେଇଛି । ଏହାର ଏକ ପ୍ରମାଣ ଗତକାଲି ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ଦଇତା ସେବକ ଅଲଗା ଅଲଗା ବୈଠକ କରିଛନ୍ତି । ଗୋଟିଏ ବୈଠକ ରାଧବଲ୍ଲଭ ମଠରେ ଚାଲିଥିବା ବେଳେ ଅନ୍ୟଟି ଶ୍ରୀମନ୍ଦିର ଭିତରେ ହୋଇଥିଲା । ଦଇତାପତି ନିଯୋଗର କର୍ମକର୍ତ୍ତା ନିର୍ବାଚନ କରିବାକୁ ଯୁବଗୋଷ୍ଠୀ ଦାବି କରିଛି । ଦୁଇ ଗୋଷ୍ଠୀ ଭିତରେ ସମାଧାନ ଉଦ୍ୟମ ବିଫଳ ହୋଇଛି । ଶ୍ରୀମନ୍ଦିରରେ ଅନୁଷ୍ଠିତ ବୈଠକରେ ନବକିଶୋର ମହାପାତ୍ର ସଭାପତିତ୍ବ କରିଥିଲେ । ରାଧାବଲ୍ଲଭ ମଠ ସଭାରେ ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ନିଯୋଗ ସମ୍ବିଧାନ ଅନୁଯାୟୀ ତୁରନ୍ତ ନୂଆ କର୍ମକର୍ତ୍ତା ନିର୍ବାଚନ କରିବାକୁ ୬୬ଜଣ ଦଇତାପତି ଲିଖିତ ନୋଟିସ୍ ଦେଇଛନ୍ତି । ଦୁଇ ଗୋଷ୍ଠୀ ଭିତରେ ଛକାପଂଝା ଲାଗି ରହିଛି । ନୂଆ କର୍ମକର୍ତ୍ତା ନିର୍ବାଚନ ଦାବିରେ ଅଧିକାଂଶ ଦଇତାପତି ଅଟଳ ଥିବାବେଳେ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.