କରୋନାରେ ବେହାଲ ଚୀନକୁ ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ ଅଫର୍: ଜାଣନ୍ତୁ କହିଲେ କ’ଣ…
18/01/2023 at 7:30 PM

ନୂଆଦିଲ୍ଳୀ, ୧୮/୦୧: କରୋନା ସଂକ୍ରମଣ ଯୋଗୁଁ ଚୀନ୍ ସ୍ଥିତି ବେହାଲ୍ ହୋଇଛି। ଗତ କିଛି ମାସ ମଧ୍ୟରେ କରୋନା ମହାମାରୀ ପ୍ରକୋପ ଚୀନରେ ଦ୍ରୁତ ଭାବରେ ବଢ଼ିଛି। ହେଲେ ଚୀନ୍ ଭାକ୍ସିନ୍ ସଂକ୍ରମଣ ରୋକିବାରେ ବିଫଳ ହୋଇଛି। ଏହାରି ମଧ୍ୟରେ ଏବେ ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଚୀନ୍କୁ ବୁଷ୍ଟର ଡୋଜ୍ ନେବାକୁ ଅଫର୍ ଦେଇଛି। ସିରମ୍ ଦ୍ବାରା ପ୍ରସ୍ତୁତ ଭାକ୍ସିନ୍ ନେବାକୁ ଚୀନ୍କୁ କହିଛନ୍ତି ଏସଆଇଆଇ ମୁଖ୍ୟ ଅଦର ପୁନାଓ୍ବାଲା।
ଏକ ସାକ୍ଷାତକାରରେ ଅଦର ପୁନାଓ୍ବାଲା କହିଛନ୍ତି ଯେ ଚୀନ୍କୁ ଏହି ମହାମାରୀଠାରୁ ମୁକ୍ତ ହେବାକୁ ପଡ଼ିବ। ଏଥିପାଇଁ ଚୀନ୍ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଛୁ । ପଡ଼ୋଶୀ ଦେଶକୁ ରାଜନୀତିକ ପ୍ରସଙ୍ଗକୁ ପଛରେ ରଖି ଭାକ୍ସିନକୁ ବୁଷ୍ଟର ଭାବରେ ବ୍ୟବହାର କରନ୍ତୁ।
ଚୀନରେ ଗତ ବର୍ଷ କରୋନା ଦ୍ରୁତ ଭାବରେ ବ୍ୟାପିଛି। ଗତ ବର୍ଷ କେନ୍ଦ୍ର ସରକାରଙ୍କ କୋଭିଡ୍ ପ୍ୟାନେଲ ମୁଖ୍ୟ ଏନ କେ ଅରୋରା କହିଥିଲେ ଚୀନ୍ରେ ଅଧକାଂଶ ଲୋକଙ୍କୁ ତିନିରୁ ଚାରି ଡୋଜ୍ ନେଇସାରିଛନ୍ତି କିନ୍ତୁ ତାହା ସେତେ ପ୍ରଭାବୀ ହୋଇନାହିଁ।
ଚୀନ୍ରେ ସିନୋଭାକ୍ ଏବଂ ସିନୋଫାର୍ମର କୋଭିଡ-୧୯ ଭାକ୍ସିନର ବ୍ୟବହାର ହେଉଛି। କିଛି ଗବେଷଣାରୁ ଜଣାପଡ଼ିଛି ଯେ ଓମିକ୍ରନ ଭଳି ଭାରିଆଣ୍ଟ ବିରୋଧରେ ଏହା ପ୍ରଭାବହୀନ। ପୁନାଓ୍ବାଲା କହିଛନ୍ତି ଚୀନ୍ ଅନ୍ତତଃ ବୁଷ୍ଟର ଡୋଜ୍ ଉପରେ ବିଚାର କରିବା ଦରକାର। ଚୀନ୍କୁ ଏଭଳି ଭାକ୍ସିନ ନେବା ଦରକାର ଯାହାର ପ୍ରଭାବୀ ହେବ।
ଅଦର ପୁନାଓ୍ବାଲା କହିଛନ୍ତି ସମଗ୍ର ଦୁନିଆରୁ ମହାମାରୀ ଶେଷ କରିବା ପାଇଁ ଚୀନକୁ କୋଭିଡ୍-୧୯ ଭାକ୍ସିନ୍ ଆମଦାନୀ କରିବା ବିଷୟରେ ଚିନ୍ତା କରିବା ଦରକାର। ଚୀନରେ ଭାକ୍ସିନ୍ ହାର୍ ୮୭ ପ୍ରତିଶତ ରହିଛି ୫୪ ପ୍ରତିଶତ ଜନସଂଖ୍ୟା ଭାକ୍ସିନ ନେଇଛନ୍ତି। କିନ୍ତୁ ଯେଉଁ ଭାକ୍ସିନ୍ ଦିଆଯାଇଛି ତାହା ଅନ୍ୟ ଭାକ୍ସିନ୍ ତୁଳନାରେ କମ୍ ପ୍ରଭାବୀ। ଅଦାର ଆମେରିକା, ଭାରତ କିମ୍ବା ଅନ୍ୟ କେଉଁଠୁ ଭାକ୍ସିନ୍ ଆମଦାନୀ କରିବା ଉପରେ ଜୋର୍ ଦେଇଛନ୍ତି।