ଆସିଲା ମାଲକାନଗିରି ସହରର ସେରୋ ସର୍ଭେ ରିପୋର୍ଟ, ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି

Published By : Prameya-News7 Bureau | October 18, 2020 IST

ମାଲକାନଗିରି ୧୮।୧୦: ଆସିଲା ମାଲକାନଗିରି ସହରର ସେରୋ ସର୍ଭେ ରିପୋର୍ଟ । ୫୦ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟି ବୋଡି ତିଆରି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ମାଲକାନଗିରି ପୌର ପରିଷଦରେ ମୋଟ ୧୬୧୩ଜଣ ଲୋକଙ୍କ ରକ୍ତ ନମୁନା ସେରୋ ସର୍ଭେ ପାଇଁ ସଂଗ୍ରହ କରାଯାଇଥିଲା ।

ଯାହା ମଧ୍ୟରେ ୧୦୧୮ସାଧାରଣ ନାଗରିକ ଥିବା ବେଳେ ୫୯୫ ଥିଲେ କରୋନା ଯୋଦ୍ଧା ଥିଲେ। ତେବେ RMRC ତରଫରୁ ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ୫୦ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟି ବୋଡି ତିଆରି ହୋଇଥିବା ସୂଚନା ଦେଇଛନ୍ତି । ଏଥିସହ ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.