ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କର ମୃତ୍ୟୁ , ଡାକ୍ତରଖାନାରେ ଭର୍ତ୍ତି କରିଥିବା ଯୁବକ ଫେରାର, ହତ୍ୟା ଅଭିଯୋଗ

3/11/2019 at 8:20 PM

ଭଦ୍ରକ/ଯାଜପୁର ୦୩।୧୧ –  ନଦୀ ପଠା ରୁ ମୁର୍ମୁଷ ଅବସ୍ଥା ରେ ଉଦ୍ଧାର ଯୁବତୀ କଟକ ବଡ ମେଡିକାଲ ରେ ମୃତ୍ୟୁ ହୋଇଛି । ଉଦ୍ଧାର ଯୁବତୀ ଙ୍କୁ ନଦୀ ପଠା ରୁ ଆଣି ମେଡିକାଲ ରେ ଭର୍ତ୍ତି କରିଥିବା ଦୁଇ ଯୁବକ ଫେରାର ହୋଇଯିବା ପରେ ଘଟଣା ନୂଆମୋଡ ନେଇଛି । ମୃତକ  ଙ୍କ ଗାଁ ଓ ପରିବାର ଲୋକ ଙ୍କ ଅଭିଯୋଗ ରେ ଯୁବତୀ ଙ୍କୁ ଅପହରଣ କରି ନେଇ ଗଛ ରେ ଗାଡି ଧକ୍କା ଦେଇ ହତ୍ୟା କରି ଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ରେ ଏହି ଘଟଣା ଘଟିଛି । ଏହି ଘଟଣାକୁ ଭଦ୍ରକ ଏସ୍‌ପି ତଦନ୍ତ କରିବେ ବୋଲି ଆଇଜି ନିର୍ଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ନିକଟ କୋଚିଳା ନଦୀ ପଠାରୁ ମୁର୍ମୁଷ ଅବସ୍ଥା ରେ ଯୁବତୀ ଙ୍କୁ ଉଦ୍ଧାର କରି ଦୁଇଜଣ ଯୁବକ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଯୁବତୀ ଜଣକ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଳ ର । ସେଠାରେ ଯୁବତୀଙ୍କୁ ଆଣିଥିବା ଦୁଇଜଣ ଯୁବକ ଯୁବତୀ ଙ୍କ ଦୁର୍ଘଟଣା ହୋଇଥିବା ଯୋଗୁଁ ନଇ ପଠା ରେ ପଡିଥିବା କହିଥିଲେ । ପରେ ଯୁବକ ଦୁଇ ଜଣ ମେଡିକାଲରୁ ଫେରାର ହୋଇଯାଇଥିଲେ । ଗୁରୁତର ଯୁବତୀଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ଯୁବତୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିଲା । ଯୁବତୀଙ୍କ ଘର ଲୋକେ ଖବର ପାଇ ଗୁରୁତର ଯୁବତୀଙ୍କୁ ଭଦ୍ରକ ରୁ କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ଯୁବତୀ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଘର ଲୋକେ ଯୁବତୀ ଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ।  

ଯୁବତୀଙ୍କ ଗାଁ ଲୋକ ଙ୍କ କହିବା କଥା ଯେ ଯୁବକ ଜଣକ ନିଜ ସମ୍ପର୍କୀୟଙ୍କ ଘର କୁ ଆସୁଥିଲେ । ଗତକାଲି ଯୁବକ ଜଣଙ୍କ ଯୁବତୀ ଙ୍କୁ ତାଙ୍କ ଭିଣୋଇଙ୍କ ପାଖକୁ ନେବାକୁ କହି ବାଇକରେ ବସାଇ ନେଇଯାଇଥିଲେ ଦ୍ରୁତଗତି ରେ ଗାଡିରେ ବସାଇ ନେଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟ ପଟେ ଦୁଇଯୁବକ ଫେରାର ହୋଇଯାଇଛନ୍ତି । ତେବେ ଯୁବତୀ ଙ୍କୁ ଗାଡିରେ ନେଉଥିବା ବେଳେ ଗାଡି କୁ ଗଛ ରେ ଧକ୍କା କରି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା ।  ପୋଲିସରେ ଦୁଇ ଯୁବକଙ୍କ ବିରୋଧ ରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

ପ୍ରଥମେ ଅପହରଣ ଓ ପରେ ଗାଡି ଧକ୍କା ପୁଣି ଯୁବତୀ ଙ୍କୁ ମେଡିକାଲ ରେ ଗୁରୁତର ଅବସ୍ଥାରେ ଛାଡି ପଳାଇଯିବାକୁ ନେଇ ସନ୍ଦେହ ଘନୀଭୂତ ହେବା ରେ ଲାଗିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

   Related Posts