suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

‘ଇମ୍ଫା କମ୍ପାନୀ’ ବିରୋଧରେ ଆସିଲା ସଂଗୀନ ଅଭିଯୋଗ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେଟକୁ ଲାତ ମାରୁଛନ୍ତି କର୍ତ୍ତୃପକ୍ଷ

23/09/2020 at 9:25 PM

ରାୟଗଡ଼ା୨୩/୯: ଇମ୍ଫା କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଅବସର ପ୍ରାପ୍ତ କର୍ମଚାରୀମାନେ। କମ୍ପାନୀ ନିଜ ସ୍ବାର୍ଥରେ ରହିଛି। ହେଲେ ଅବସର ପ୍ରାପ୍ତ କର୍ମଚାରୀମାନଙ୍କ କଥାକୁ କର୍ଣ୍ଣପାତ କରୁ ନାହିଁ। ଦିନ-ରାତି ଏକ କରି କାରଖାନାରେ କାମ କରୁଥିବା ଅବସର କର୍ମଚାରୀମାନେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଦୀର୍ଘବର୍ଷ ହେବ କମ୍ପାନୀରୁ ଅବସର ହେବା ନେବା ପରେ ବି ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନାହିଁ।ଏପରି କି ନିଜର ଝାଳବୁହା ଧନ ଗଣ୍ଡାକ ପାଇବା ଆଶାରେ ଅବସରପ୍ରାପ୍ତ କର୍ମଚାରୀମାନେ ଅନାଁଇ ବସିଛନ୍ତି। ଏମିତି କି ନିଜ ପ୍ରାପ୍ୟକୁ ଚାହିଁ ଚାହଁ କିଛି କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ହୋଇଗଲାଣି। ତଥାପି କମ୍ପାନୀ କର୍ତ୍ତୁପକ୍ଷଙ୍କ ଚୈତନ୍ୟ ଉଦୟ ହେଉନାହିଁ। ରାୟଗଡା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାର କର୍ତ୍ତୃପକ୍ଷମାନେ କର୍ମଚାରୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲିସ୍ଥିତ ଇମ୍ଫା କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ମାରଣ ନୀତି ଏବେ ପଦାରେ ପଡିଛି। କର୍ମଚାରୀଙ୍କ ପ୍ରାପ୍ୟକୁ ହଡପ କରି କମ୍ପାନୀ ନିଜର ସାମ୍ରାଜ୍ୟ ବଢାଇ ଚାଲିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ଶୋଷଣ ହେଉଥିବା ବେଳେ ଅବସର ଗ୍ରହଣ କରିଥିବା ଅନେକ କର୍ମଚାରୀଙ୍କ ହକକୁ ମଧ୍ୟ ହଡପ କରାଯାଇଛି। ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କ ଟଙ୍କା ଇମ୍ପା କର୍ତ୍ତୁପକ୍ଷ ଦେଇ ନାହାଁନ୍ତି । ବିଭିନ୍ନ ଆଳ ଦେଖାଇ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା ଖାଇ ଯାଇଥିବା ଅଭିଯୋଗ ହୋଇଛି।

ଏହି ବ୍ୟକ୍ତି ହେଉଛନ୍ତି ନବୀନ ଲିମା, ଖେଦାପଡା ଗ୍ରାମର ବାସିନ୍ଦା। ଇମ୍ପା କାରଖାନାରେ ଜଣେ ଅପରେଟର ଭାବେ ଦୀର୍ଘ ୩୦ ବର୍ଷ ୩ ମାସ କାମ କରିଛନ୍ତି। ଗତ ୨୦୧୫ ମସିହାରେ ସେ କମ୍ପାନୀରୁ ଅବସର ଗ୍ରହଣ କରିଥିଲେ। ତେବେ ଅବସର ପରେ ତାଙ୍କୁ ମାତ୍ର ୨ ଲକ୍ଷ ୨୫ ହଜାର ଟଙ୍କା ଦିଆଯାଇଥିଲା। ଏହାକୁ ବାଦ ଦେଲେ ତାଙ୍କୁ ଆଉ କିଛି ବି ମିଳି ନାହିଁ। ନିଜର ହକ ପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ନିବେଦନ କରିବା ସତ୍ତ୍ବେ କେହି ବି ତାଙ୍କୁ କଥାକୁ କର୍ଣ୍ଣପାତ କରୁ ନାହାନ୍ତି। ନବୀନ ଲିମା ବର୍ତ୍ତମାନ ପରିଣତ ବୟସରେ ବଞ୍ଚିିବା ପାଇଁ ସଂଘର୍ଷ କରୁଛନ୍ତି। ନିଜର ଗୁରୁରାଣ ମେଣ୍ଟାଇବା ପାଇଁ ନବୀନ ଲିମା ବର୍ତ୍ତମାନ ଚିକେନ ଦୋକାନ ଖଣ୍ଡେ କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ କମ୍ପାନୀଠାରୁ ଆଉ ପ୍ରାୟ ୧୫ ଲକ୍ଷ ଟଙ୍କା ପାଇବେ।

ସେହିଭଳି ଆଉ ଜଣେ ହେଲେ ଡୁମୁରିଗୁଡା ଗ୍ରାମର ବିକ୍ରମ ହିକକା। ୩୦ ବର୍ଷ ଧରି ଇମ୍ପା କାରଖାନାରେ ଅପରେଟର ଭାବେ କାମ କରି ଅବସର ଗ୍ରହଣ କରିଛନ୍ତି। ଗତ ୨୦୦୭ ମସିହାରେ ସେ ଚାକିରୀରୁ ଅବସର ନେଥିଲେ। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା, ସେ ନିଜର ପ୍ରାପ୍ୟ ପାଇ ନାହାନ୍ତି। ସେ ମାତ୍ର କମ୍ପାନୀଠାରୁ ମାତ୍ର ୨ ଲକ୍ଷ ଟଙ୍କା ପାଇଛନ୍ତି। ବକେୟ ଟଙ୍କା ଆଉ ୧୨ ଲକ୍ଷ କମ୍ପାନୀଠାରୁ ପାଇବେ ବୋଲି ବିକ୍ରିମ ହିକକା କହିଛନ୍ତି।

ଇମ୍ପା କାରଖାନାର ଚର୍ତୁପାର୍ଶ୍ବରେ ଥିବା ଗାଁ ଲୋକେ କର୍ମଚାରୀ ଭାବରେ କାମ କରି ଅବସର ନେଇଛନ୍ତି। ଯେଉ ସବୁ ଗାଁରୁ ଅବସର ନେଇଛନ୍ତି, ସେଠାରୁ ଆଉ କାହାକୁ ନିଯୁକ୍ତି ମିଳିନାହିଁ। ଏଣେ ଅବସର ପରେ ପ୍ରାପ୍ତ କର୍ମଚାରୀ ନିଜ ପ୍ରାପ୍ୟକୁ ଚାହିଁ ଚାହିଁ ଅନାଁଇ ବସିଛନ୍ତି। ହେଲେ ଜିଲ୍ଲା ଶ୍ରମ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଶ୍ରମ ବିଭାଗ ଅଧିକାରୀ କୌଣସି ପଦକ୍ଷପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଜଶ୍ମିନ ସାହୁ କୌଣସି ମତାମତ ଦେବାକୁ ସ୍ପଷ୍ଟ ମନା କରିଥିଲେ। ଏପରି କି ଇମ୍ଫା ପ୍ରସଙ୍ଗରେ ପଚାରିବାରୁ ଚିହିଂ ଉଠିଥିଲେ।

ତେବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ମୁଁ ଏ ସମ୍ପର୍କରେ କମ୍ପାନୀ କର୍ତୃପକ୍ଷ, ଶ୍ରମ ବିଭାଗ ଓ ଅବସର ନେଇଥିବା କର୍ମଚାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି। ଆବଶ୍ୟକ ହେଲେ ଶ୍ରମମନ୍ତ୍ରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିବି ବୋଲି କହିଛନ୍ତି । ତବେ ଦେଖିବାର କଥା କେବେ ଇମ୍ଫା କାରଖାନାର ଅବସର ନେଇଥିବା ଏହି କର୍ମଚାରୀମାନେ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି । କାରଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଇମ୍ଫା କରିଛି ଠକେଇ ।

   Related Posts