Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଫ୍ରାନ୍ସ ବିଶ୍ଵ କପ୍ ବିଜୟୀ ଟିମ୍ ଫୁଟବଲର ମେଣ୍ଡିଙ୍କ ବିରୋଧରେ ୪ଟି ଦୁଷ୍କର୍ମ ମାମଲା ରୁଜୁ, ସମସ୍ତ ଅଭିଯାେଗକାରୀଙ୍କ ବୟସ ୧୬ ବର୍ଷ

27/08/2021 at 5:06 PM

ମାଞ୍ଚେଷ୍ଟର ୨୭।୦୮: ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ଦୁଷ୍କର୍ମ ଅଭିଯୋଗ ଆସିବା ପରେ ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ମାଞ୍ଚେଷ୍ଟର ସିଟି ନିଜର ଖେଳାଳି ବେଞ୍ଜାମିନ ମେଣ୍ଡିଙ୍କୁ ଦଳରୁ ବାସନ୍ଦ କରିଛି। ପୋଲିସ ଶୁକ୍ରବାର ଦୁଷ୍କର୍ମ କେସ୍ ସ୍ପଷ୍ଟ କରିବା ପରେ ମାଞ୍ଚେଷ୍ଟର ସିଟି ଏହି ପଦକ୍ଷେପ ନେଇଛି।

ଚେସିରେ ପୋଲିସ ଅନୁଯାୟୀ, ୨୭ ବର୍ଷୀୟ ବେଞ୍ଜାମିନ ମେଣ୍ଡିଙ୍କ ବିରୋଧରେ ଚାରୋଟି ଦୁଷ୍କର୍ମ କେସ୍ ରୁଜୁ ହେବା ସହ ଗୋଟିଏ ଶାରୀରିକା ନିର୍ଯ୍ୟାତନା ମାମଲା ଆସିଛି। ଏହି ସବୁ ଅଭିଯୋଗ ୧୬ ବର୍ଷ ବୟସର ଅଭିଯୋଗକାରୀ ୨୦୨୦ ଅକ୍ଟୋବରରୁ ୨୦୨୧ ଅଗଷ୍ଟ ମଧ୍ୟରେ ଆଣିଛନ୍ତି। ପୋଲିସ ଏହି ମାମଲାରେ ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାରର ପ୍ରତିକ୍ରିୟା, ଖବର ଏବଂ ସୂଚନା ପ୍ରସାରଣ ନକରିବାକୁ ଲୋକଙ୍କୁ ଅପିଲ୍ କରିଛି। ମାଞ୍ଚେଷ୍ଟର ସିଟି କହିଛି, ତଦନ୍ତ ଚାଲିଯିବା ଯାଏଁ ମେଣ୍ଡିଙ୍କୁ ଦଳରୁ ବାସନ୍ଦ କରାଯାଇଛି। କାରଣ ଏହା ଆଇନଗତ ପ୍ରକ୍ରିୟା, ତେଣୁ କ୍ଲବ୍ ଏହି ବିଷୟରେ ତଦନ୍ତ ନସରିବା ଯାଏଁ କୌଣସି ପ୍ରକାରର ମନ୍ତବ୍ୟ ଦେବ ନାହିଁ ବୋଲି କହିଛି।

ମେଣ୍ଡି ୨୦୧୮ରେ ବିଶ୍ଵ କପ୍‌ ବିଜେତା ଫ୍ରାନ୍ସ ଦଳର ସଦସ୍ୟ। ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପରେ ଶୁକ୍ରବାର ପୋଲିସ ରିମାଣ୍ଡରେ ତାଙ୍କୁ ନିଆଯାଇଛି। ସେ ୨୦୧୭ରେ ମାଞ୍ଚେଷ୍ଟର ସିଟି ସହ  ୭୧ ମିଲିୟନ ଆମେରିକୀୟ ଡଲାରରେ ଚୁକ୍ତିବଦ୍ଧ ହୋଇଥିଲେ। ଗତ ୪ ବର୍ଷରେ ମେଣ୍ଡି ମାଞ୍ଚେଷ୍ଟର ପକ୍ଷରୁ ୭୫ଟି ମ୍ୟାଚ୍ ଖେଳି ସାରିଛନ୍ତି। ତିନି ଥର ପ୍ରିମିୟର ଲିଗ୍‌ର ଚାମ୍ପିଅନ ସଦସ୍ୟ ଅଛନ୍ତି। କିନ୍ତୁ ଆହତଜନିତ ସମସ୍ୟା ଏବଂ ଫର୍ମ ହରାଇବା କାରଣରୁ ସେ ଅଧିକ ଖେଳି ପାରି ନାହାନ୍ତି।

   Related Posts