scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅସହ୍ୟ ହେଲା ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଦୁଇ ଗୋଡ଼ ହରାଇଲେ ହୋମଗାର୍ଡ

22/08/2023 at 11:26 AM

କଟକ ୨୨/୦୮: ଡିଆଇଜିଙ୍କ ପତ୍ନୀଙ୍କ ବିରୋଧରେ ସଂଘାତିକ ଅଭିଯୋଗ । ମହିଳା ହୋମଗାର୍ଡଙ୍କୁ ଘର କାମରେ ଲଗାଇ ନିର୍ଯାତନା ଅଭିଯୋଗ । ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ । ଆତ୍ମହତ୍ୟା ଉଦ୍ୟମ କରି ୨ଗୋଡ ହରାଇଲେ ହୋମଗାର୍ଡ । ନିର୍ଯାତନାର ଶୀକାର ହୋଇଥିବା ହୋମଗାର୍ଡ ହେଲେ ଅନୁଗୁଳର ସୈରିନ୍ଦ୍ରୀ ସାହୁ ଡି ଆଇ ଜି ଵ୍ରିଜେଶ ରାଏଙ୍କ ପତ୍ନୀଙ୍କ ବିରୋଧରେ ହୋଇଛି ଅଭିଯୋଗ ।

ସୂଚନା ଥାଉକି, ରାଜ୍ୟ ପୋଲିସର ଜଣେ ଡିଆଇଜିଙ୍କ ପତ୍ନୀ ଦେଲେ ଅସହ୍ୟ ନିର୍ଯାତନା । ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଲେ। ଚାକିରି ନେଇଯିବାର ଧମକ ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ବଞ୍ଚି ଯାଇଛନ୍ତି ସିନା ହେଲେ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଅନୁଗୁଳରେ ଘଟିଥିବା ବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ରାଜ୍ୟ ପୁଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଖୋଦ ଡିଆଇଜି ଏହାକୁ ଅସ୍ୱୀକାର କରିଛନ୍ତି। ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଜଣକ ଅନୁଗୁଳ ଜିଲ୍ଲା ରାଣୀଗୋଡ଼ାର ସୈରିନ୍ଦ୍ରୀ ସାହୁ ବୋଲି ଜଣାଯାଇଛି। ଏନେଇ ସେ ହୋମଗାର୍ଡ ଡିଜିଙ୍କୁ ଏକ ପତ୍ର ଲେଖି ଗତ ୧୩ ତାରିଖରୁ ନିଜ ନିର୍ଯାତନାର କାହାଣୀ ବଖାଣିଥିବା ବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ଚପାଇ ଦେବାକୁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି ।

   Related Posts