ସାନଖେମୁଣ୍ଡି, ୦୯।୦୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଓ ପାଟପୁର ଥାନା ଅଞ୍ଚଳରେ ଦୁଇ ରାତିରେ ୪ ଗୋଟି ଚୋରି । ବିଭିନ୍ନ ଦୋକାନରେ ଚୋରମାନେ ପଶି ସିରିଜ ଚୋରି କରିଛନ୍ତି । ଯାହାଫଳରେ ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଶନିବାର ରାତିରେ ଦିଗପହଣ୍ଡି ଥାନାର ଡ଼େଙ୍ଗାଉସ୍ତାରେ ଥିବା ଏକ ଜନ ସେବା କେନ୍ଦ୍ରରେ ଚୋରମାନେ ପଶି ଚାରିରୁ ପାଞ୍ଚହଜାର ଟଙ୍କା ନେଇ ଯାଇଥିବା ବେଳେ ଏକ ମୋବାଇଲ ଦୋକାନରେ ପଶି ୧୭ ଗୋଟି ମୋବାଇଲ ଓ ଆଠ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।
ଏହାପରେ ପାଟପୁର ଥାନା ପୋଡାମାରିରେ ଏକ ଦୋକାନରେ ପଶିଥିଲେ ମଧ୍ୟ ଅଳ୍ପ ଟଙ୍କା ନେଇ ଫେରାର ହୋଇଛନ୍ତି । ଖଣ୍ଡଦେଉଳି ରାସ୍ତାରେ ଥିବା ଏକ ମଦ ବିକ୍ରି କାଉଣ୍ଟରରେ ପଶି ଚାରିରୁ ପାଞ୍ଚହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ସିସିଟିଭି ଆଧାରରେ ଉଭୟ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ଚୋରି ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ କହିଛି।