ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା: କଟକ ଡିୟର ପାର୍କ ନିକଟରେ ସିରିଜ୍ ଦୁର୍ଘଟଣା
17/11/2023 at 10:34 PM

କଟକ/ଆଠମଲ୍ଲିକ/ଜି.ଉଦୟଗିରି: କଟକ ଡିୟର ପାର୍କ ନିକଟରେ ସଡ଼କ ଦୁର୍ଘଟଣା । ସିରିଜ ଦୁର୍ଘଟଣା ଘଟାଇ ଗଛରେ ପିଟି ହେଲା କାର୍। ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
ସେହିଭଳି ଆଠମଲ୍ଲିକ ଝରଝରୀ ଘାଟି ନିକଟରେ ମଧ୍ୟ ମର୍ମନ୍ତୁଦ ବାଇକ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ତରୁଣ ନାଏକ ଓ ମଦନ ନାଏକ ଠାକୁଗଡ଼ ଥାନା ହାତଶିମୁଳି ଗ୍ରାମର ବୋଲି ଜଣା ପଡିଛି। ଦୁହିଁଙ୍କୁ ଅନୁଗୁଳ ମେଡିକାଲ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ: କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଯବାନ ସହିଦ, ୨ ଗୁରୁତର
ସେପଟେ ଜି. ଉଦୟଗିରି ତୁମୁଡ଼ିବନ୍ଧ ଥାନା ନିକଟସ୍ଥ ସିରିକିରେ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ ଆହତଙ୍କ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।