ଚାନ୍ଦବାଲି ଅଞ୍ଚଳରୁ ସିରିଜ୍ ଚୋରି, କେନ୍ଦ୍ରାପଡାରୁ ଭଦ୍ରକ ଯାଏଁ ଲମ୍ବିଛି ଚେର
14/03/2023 at 4:12 PM

ଚାନ୍ଦବାଲି ୧୪।୩: ସକ୍ରିୟ ହୋଇଛନ୍ତି ଲୁଟେରା । ଚେର ଲମ୍ବଛି କେନ୍ଦ୍ରପଡ଼ାରୁ ଭଦ୍ରକ । କେତେବେଳେ ବାଇକକୁ ଟାର୍ଗେଟ୍ କରୁଛନ୍ତି ତ ପୁଣି ଚାରି ଚକିଆ ଯାନକୁ । ସୋମବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ସୁରେଶ ପାଣିଙ୍କ ଘର ପାଖରୁ ଏକ ପିକଅପ୍ ଭ୍ୟାନ ଚୋରୀ କରି ଆଣି ଭଦ୍ରକ ଆଡକୁ ଯାଉଥିଲେ ଲୁଟେରା l

ପିକଅପ ଭ୍ୟାନର ତେଲ ସରିଯିବାରୁ ଗାଡ଼ିଟିକୁ ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ମତୋ ସ୍କୁଲ ନିକଟରେ ଛାଡ଼ିଦେଇ ପୁଣି ମତୋ ନିକଟରେ ଅଜୟ ବିଶ୍ୱାଳଙ୍କ ବୋଲେରୋ ଗାଡ଼ିକୁ ଚୋରି କରି ନେଇ ନାଲଗୁଣ୍ଡା ଛକରେ ଦୁର୍ଘଟଣା ଘଟାଇବା ପରେ ପୁଣି ମତୋ ମାଳବାଡ଼ ଅଂଚଳରୁ ଏକ ବାଇକ ଚୋରୀ କରି ଲୁଟେରାମାନେ ଫେରାର ହୋଇଛନ୍ତି । ମତୋ ପୋଲିସ ପିକଅପ ଭ୍ୟାନ ଓ ବୋଲେରୋ ଗାଡ଼ିକୁ ଜବତ କରି ଫାଣ୍ଡିରେ ରଖିବା ସହ ବାଇକ ଚୋରୀ ଓ ଅନ୍ୟ ଦୁଇଟି ଚାରିଚକିଆ ଯାନ ଚୋରୀ ଉପରେ ତଦନ୍ତ ଆରମ୍ଭ କରିଛି ।