ଦୋକାନ ତାଲା ଭାଙ୍ଗି ସିରିଜ୍ ଚୋରି, ସିସିଟିଭିରେ ଧରାପଡିଲା ଲୁଟ୍ର ଦୃଶ୍ୟ
25/01/2023 at 12:29 PM

ସାଲେପୁର ୨୫/୦୧: ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଝାଡେଶ୍ୱରପୁର ପଂଚାୟତର ବାଲିଗଡା ବଜାରରୁ ୯ଟି ଦୋକାନରୁ ସିରିଏଲ୍ ଚୋରି । ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।
ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍ରେ ଜଣେ ବ୍ୟକ୍ତି ହାତରେ ଏକ ସାବଳ ଧରି ଲୁଟ୍ ହୋଇଥିବା ଦୋକାନ ପାଖକୁ ଯାଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି । ଅନୁମାନ କରାଯାଉଛି ଏହି ସାବଳ ଦ୍ୱାରା ଦୋକାନ ଗୁଡ଼ିକର ତାଲାକୁ ଭାଙ୍ଗି ବେଧଡକ ଲୁଟେରା ଲୁଟି ନେଲେ ଲକ୍ଷାଧିକ ଟଙ୍କା। ବାରଂବାର ଏହି ବଜାରରୁ ଚୋରି ହେଉଥିବାରୁ ଦୋକାନୀ ଓ ଅଂଚଳବାସୀ ସିଧା ଦୋଷାରୋପ କରୁଛନ୍ତି ପୋଲିସର ଢିଲା ପେଟ୍ରୋଲିଂ ବ୍ୟବସ୍ଥାକୁ ।

ସମାନ ଢଙ୍ଗରେ ଗତ ଦୁଇ ତିନି ମାସ ତଳେ ଏହି ଥାନା ଅଧିନସ୍ଥ ନଗସପୁର ବଜାରରୁ ସିରିଏଲ୍ ଚୋରି ହୋଇଥିଲା । ହେଲେ ଏ ପର୍ଯ୍ୟନ୍ତ ଲୁଟେରାଙ୍କ ଟେର୍ ପାଇନି ନେମାଳ ପୋଲିସ । ଆଉ ଆଜି ବି ବାଲିଗଡା ବଜାରରେ ଥିବା ୯ ଦୋକାନରୁ ଲୁଟ୍ ଘଟଣା ପରେ ନେମାଳ ପୋଲିସର ତଦନ୍ତ କିଭଳି ହେଉଛି ଆଉ ଲୁଟ୍ କରିଥିବା ଲୁଟେରାଙ୍କୁ କେବେ ଧରୁଛି ନେମାଳ ପୋଲିସ ତାକୁ ହିଁ ରହିବ ଅପେକ୍ଷା ଅଂଚଳବାସୀଙ୍କର ।