ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ

Published By : Prameya-News7 Bureau | January 26, 2023 IST

ବୌଦ୍ଧ ୨୬/୦୧: ବୌଦ୍ଧ ବହିରା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ୫ ବାଇକ୍‌କୁ ପିଟି ସିରିଜ୍ ଦୁର୍ଘଟଣା ଘଟାଇଲା ସ୍କର୍ପିଓ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଛନ୍ତି ।

ସୂଚନା ଥାଉକି, ସ୍କର୍ପିଓଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିଲା । ୫ ବାଇକ୍‌କୁ ପିଟି ହୋଟେଲକୁ ପଶିଯାଇଥିଲା ଗାଡ଼ି । ମୃତ ବାଇକ୍ ଆରୋହୀ ହେଉଛନ୍ତି ଆଇଁଲାପଳି PEO ଗୋବିନ୍ଦ ସାହୁ । ତେବେ PEO ଗୋବିନ୍ଦ ସାହୁ ପତାକା ଉତ୍ତୋଳନ କରିବାକୁ ନିଜ ପଞ୍ଚାୟତ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ସେହିଭଳି ଅନ୍ୟ ଜଣେ ହୋଟେଲରେ ଛିଡା ହୋଇଥିବା ମାଡିଯାଇଥିଲା ଗାଡି । ଫଳରେ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏମିତି ଘଟଣା ପରେ ଲୋକେ ଟାୟାର ଜାଳି ୫୭ ନଂ ଜାତୀୟ ରାଜପଥ ଇବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.