ସିରିଜ୍ ଦୁର୍ଘଟଣା : କାର୍‌କୁ ଧକ୍କାଦେଇ ବାଇକ୍ ଉପରେ ଚଢିଗଲା କାର୍, ଜଣେ ଗୁରୁତର

Published By : Prameya-News7 Bureau | February 11, 2020 IST

ଭୁବନେଶ୍ବର ୧୧।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଥିବାବେଳେ ୩ ଜଣ ଆହତ ହୋଇଛନ୍ତି ।

ଗତକାଲି ରାତିରେ ଗୋଟିଏ କାର ଅନ୍ୟ ଏକ କାରକୁ ପ୍ରଥମେ ଧକ୍କା ଦେଇଥିଲା । ପରେ ଏହା ବାଇକ୍ ଚାଳକଙ୍କ ଉପରେ ମାଡିଯାଇଥିଲା । ଫଳରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ୨ଟି କାର ଓ ଗୋଟିଏ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି । ପୋଲିସ ଗାଡି ଜବତ କରି ତଦନ୍ତ ଚଳାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.