ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି, ପୋଲିସ ନିଷ୍କ୍ରିୟତା ନେଇ ଉଠିଲା ପ୍ରଶ୍ନ

15/06/2022 at 1:23 PM

ଫୁଲବାଣୀ ୧୫/୦୬: ଫୁଲବାଣୀ ଟାଉନ ଥାନା ସମ୍ମୁଖରୁ ସିରିଜ ଚୋରି । ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟା ଦୋକାନର ତାଲା ଭାଙ୍ଗିନଗଦ ଟଙ୍କା ଓ ସାମଗ୍ରି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରି ଗୋଟିଏ ଦୋକାନରୁ ଅନ୍ୟ ଦୋକାନରୁ ବୁଲିବୁଲି ଚୋରି କରୁଥିବା ଜଣାପଡିଛି ।

ଦୋକାନରେ ଲାଗିଥିବା ସିସିଟିଭିରୁ ଏହା ସ୍ପଷ୍ଟ ଜଣାପଡିଛି । ଏହି ଚୋର ମାନେ ଥାନା ସମ୍ମୁଖ ଏକ ଓମ୍ଫେଡ କ୍ଷୀର ଦୋକାନ ତାଲା କାଟି ନଗଦ ଚାରି ହଜାର ଟଙ୍କା, ନେଇ ପଳାଇ ଥିବାବେଳେ ଅନ୍ୟ ଦୋକାନରୁ ମୂଲ୍ୟବାନ ସାମଗ୍ରି ମାନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଥାନା ସମ୍ମୁଖରୁ ଯଦି ନିର୍ଭୟରେ ଚୋରି ହେଉଛି ତେବେ ଅନ୍ୟ ଅଂଚଳ କଥା ନ କହିବା ଭଲ । ପୋଲିସ ପାଟ୍ରୋଲିଂ କରୁନି, ଫଳରେ ଚୋରି ବଢୁଛି ସହରରେ । ବର୍ତମାନର ଥାନା ଅଧିକାରୀଙ୍କ ନିଷ୍କ୍ରିୟତା ନେଇ ସହରରେ ଆଲୋଚନା ଜୋର ଧରିଛି ।

   Related Posts