ଦିନ ଦ୍ବିପହରରେ ଫୁଟିଲା ବୋମା, ଆତଙ୍କ ସୃଷ୍ଟି କଲେ ପେଶାଦାର ଅପରାଧୀ

Published By : Prameya-News7 Bureau | August 21, 2019 IST

କଟକ ୨୧।୮: କଟକରେ ଲାଗ ଲାଗ୍ ବୋମା ଫୁଟିଲା । ସ୍ପଷ୍ଟ ଦିବାଲୋକରେ ଲଗାତର ୪ ଟି ବୋମା ଫୁଟାଇ କଟକର ଅଲିଶା ବଜାର ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି କିଛି ପେଶାଦାର  ଅପରାଧୀ ।  ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏପରି ଲଗାତର ବୋମା ବିସ୍ଫୋରଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କ ଭିତରୁ ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ  ସାଇଣ୍ଟିଫିକ୍‌ ଟିମ୍‌ ଓ ବମ୍‌ ସ୍କାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବା  ଆରମ୍ଭ କରିଛି ।

{"id":146977}

ସ୍ପଷ୍ଟ ଦିବାଲୋକରେ  ଗୋଟିଏ ଜାଗାରେ ଲଗାତର ଫୁଟିଲା ବୋମା । ଦୁଇଟି ଘରକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ୪ ଟି ବୋମା  ମାଡକଲେ । ପାର୍ବଣ ଆରମ୍ଭ ଆଗରୁ କଟକରେ ଆତଙ୍କ ଖେଳାଇବା ଭଳି ସ୍ଥିତି । ଅଲିଶାବଜାରରେ ଏଭଳି ଅଭାବନୀୟ ଘଟଣା ଘଟଛି ।

{"id":146978}

ଗୋଟିଏ ବାଇକ୍‌ରେ  ୩ ଜଣ ପେଶାଦାର ଅପରାଧୀ ଆସିଥିଲେ । ସୁଲୋଚନା ପରିଡା ଓ ସୁରେନ୍ଦ୍ର ପରିଡାଙ୍କ ଘର ଉପରକୁ ଲକ୍ଷ କରି ଲାଗ୍ ଲାଗ୍ ୪ ଟି ବୋମା ଫିଙ୍ଗିଥିଲେ। କିନ୍ତୁ ବିଶେଷ କିଛି କ୍ଷତି ହୋଇନଥିଲେ ବି , ବୋମାର ଶବ୍ଦରେ ସାଧାରଣରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ତିନି ଅଭିଯୁକ୍ତଙ୍କ ଭିତରୁ ଜଣେ ଥାନାରେ ଆତ୍ମସମର୍ପଣ କରିଥିବାସୂଚନା ମିଳିଥିଲେ ବି, ପୋଲିସ କିନ୍ତୁ କିଛି ସ୍ପଷ୍ଟ କରିନି ।  

{"id":146979}

। ଜନଗହଳି ରହୁଥିବା ଏହି  ସ୍ଥାନରେ ଅପରାଧୀମାନେ  ଦିନଟାରେ  କିପରି ବୋମା ଫୁଟାଇ ଆତଙ୍କ ସୃଷ୍ଟି କରିବାକୁ ସାହସ ଯୁଟାଇ ପାରିଲେ , ତାହା ହିଁ ବଡ ପ୍ରଶ୍ନ । ତେବେ ଏଭଳି ଅପରାଧ ପଛରେ ପୂର୍ବ ଶତୃତା  ରହିଥିବା ସନ୍ଦେହ କରାଯାଉଛି ।

{"id":146980}

ପାର୍ବଣ ଆଗରୁ ଏଭଳି ଘଟଣା ଘଟିବା ଜନସାଧାରଣଙ୍କୁ ଚିନ୍ତରେ ପକାଇଛି ।ତେଣେ ନୂଆ ପୋଲିସ କମିଶନର କାର୍ଯ୍ୟରେ ଯୋଗ ଦେଇଥିବାରୁ ଏଭଳି ଘଟଣାକୁ ପୋଲିସ କିପରି ନିୟନ୍ତ୍ରଣ କରିପାରିବ ତାହାକୁ ଅପେକ୍ଷା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.