ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବାନ୍ଦ୍ରା-ୱର୍ଲି ରୋଡ୍‌ରେ ସିରିଜ୍‌ ଦୁର୍ଘଟଣା, ୫ ମୃତ, ୧୩ ଆହତ

5/10/2022 at 7:43 PM

ମୁମ୍ୱାଇ, ୦୫/୧୦: ମୁମ୍ୱାଇ ନିକଟସ୍ଥ ବାନ୍ଦ୍ରା ଏବଂ ୱର୍ଲି ସମୁଦ୍ର ଲିଙ୍କ୍‌ ରୋଡ୍‌ରେ ଏକ ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା ଘଟିଛି । ପ୍ରଥମେ ଘଟିଥିବା ଏକ ଦୁର୍ଘଟଣାରେ ଆମ୍ୱୁଲାନ୍ସରେ ଆହତଙ୍କୁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପୁଣିଥରେ ଗାଡ଼ି ଗୁଡ଼ିକୁ ଧକ୍କା ଦେଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ରାତି ୩ଟା ସମୟରେ ଏହି ଦୁର୍ଘଟଣା ଘିଟିଥିଲା । ଯାହାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆହତଙ୍କୁ ଡାକ୍ତରଖାନା ନେବାକୁ ଏକ ଆମ୍ୱୁଲାନ୍ସ ପ୍ରସ୍ତୁତ ହେଉଛି । ଠିକ୍‌ ଏହି ସମୟରେ ଉକ୍ତ ରାସ୍ତାରେ ଏକ ଦ୍ରୁତଗାମୀ କାର୍‌ ଆମ୍ୱୁଲାନ୍ସ ଏବଂ ଅନ୍ୟ ଦୁଇ ଗାଡ଼ିକୁ ଜୋର୍‌ରେ ଧକ୍କା ଦେଉଛି । ଭିଡିଓଟିରେ ଜଣେ ବ୍ୟକ୍ତି ଟ୍ରାଫିକ୍‌ ଜାମ୍‌କୁ ରୋକିବା ପାଇଁ ଚେଷ୍ଟା କରୁଥିବା ଦେଖାଯାଉଛି । କାର୍‌ଟି ଧକ୍କା ଦେବା ପୂର୍ବରୁ ଶେଷ ମୂହୁର୍ତ୍ତରେ ନିଜକୁ ବଞ୍ଚାଇ ଦେଉଛନ୍ତି ।

ତେବେ ଏହି ଦୁର୍ଘଟଣାରେ ସି ଲିଙ୍କ୍‌ର ଜଣେ କର୍ମଚାରୀଙ୍କ ସହ ୧୩ ଜଣ ଆହତ ହୋଇଛନ୍ତି । ୫ ଜଣଙ୍କୁ ଚିକିତ୍ସା ସମୟରେ ମୃତ ଘୋଷଣା କରାଯାଇଛି । ୬ ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିବା ପୋଲିସ୍‌ କହିଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

   Related Posts