ମଦ୍ୟପ ଡ୍ରାଇଭରଙ୍କ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

Published By : Prameya-News7 Bureau | November 17, 2023 IST

ଖଲ୍ଲିକୋଟ ୧୭/୧୧: ମଦ୍ୟପ ଡ୍ରାଇଭର ୩ ତିନୋଟି ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ଛତ୍ରପୁରରେ ଘଟିଛି ଏମିତି ଘଟଣା । ସୂଚନା ଥାଉକି, ଗଞ୍ଜାମ ଅବକାରୀ ବିଭାଗ କାର୍ଯ୍ୟାଳୟର ଭଡାରେ ନିୟୋଜିତ ରହିଛି ଗାଡି । ଶୁକ୍ରବାର ଦିନ ବେଳେ ଗାଡି ଚାଳକ ଅବକାରୀ କାର୍ଯ୍ୟାଳୟକୁ ବାହାରିଥିଲେ ।

ତେବେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ପ୍ରଥମେ ଛତ୍ରପୁର ରିକାପଲ୍ଲୀ, ପରେ ଜଗନ୍ନାଥ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇ ଶେଷରେ ଲୋଏର ବସଷ୍ଟାଣ୍ଡ ନିକଟରେ ବାପା ଓ କୁନିପୁଅକୁ ଧରି ଯାଉଥିବା ସମୟରେ ଦୁର୍ଘଟଣା ଘଟାଇଥିଲେ । ଖବର ପାଇଁ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ଗାଡି ଚାଳକ ଓ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ଏପରିକି ଗାଡି ସମ୍ମୁଖରେ ଲେଖାଯାଇଥିବା ଅବକାରୀ ବିଭାଗ ସୂଚନା ଫଳକ କଡାଯାଇଛି ।

ଘଟଣାକୁ ନେଇ ଗଞ୍ଜାମ ଅବକାରୀ ଅଧିକ୍ଷକ ପଚାରିବାରେ ଗାଡି ଭଡାରେ ଅଫିସ କାର୍ଯ୍ୟରେ ନିୟୋଜିତ ରହିଥିଲା । ଚଳିତ ମାସ ଶେଷରେ ଉକ୍ତ ଗାଡିର ସମୟ ଅବଧି ଶେଷ ହେବା ପରେ ଗାଡିକୁ ବାହାର କରି ଦିଆଯିବ ବୋଲି କହିଥିଲେ । ଖୋଦ୍ ଅବକାରୀ ବିଭାଗ ମଦ୍ୟପାନ କରି ଗାଡି ଚଲାଉଥିବା ଗାଡିକୁ ଧରୁଥିବା ବେଳେ ନିଜ ଅଫିସ୍ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗାଡି ଚାଳକ ଖୋଦ ଦିନରେ ମଦ ପିଇ ଗାଡି ଚଳାଉଥିଲେ କିନ୍ତୁ ଅବକାରୀ ବିଭାଗ ଜାଣିପାରୁନି ।

you can also read....

wp:embed {"url":"https://www.prameyanews7.com/youth-killed-after-tipper-hit-bike-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-killed-after-tipper-hit-bike-in-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.