ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପାକିସ୍ତାନକୁ ଭାରତର କଡ଼ା ଜବାବ; ବାରମ୍ବାର ସଂଖ୍ୟାଲଘୁଙ୍କର ଅଧିକାର ଉଲ୍ଲଂଘନ କରୁଛି ପାକିସ୍ତାନ

6/06/2022 at 3:52 PM

ନୂଆଦିଲ୍ଲୀ; ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ଓ ସେ କ୍ଷମା ମାଧ୍ୟ ମାଗିଲେ। ତଥାପି କଥାକୁ ପୁଣିଥରେ ଉଠାଇ ବିଶ୍ୱ ସ୍ତରରେ ଭାରତର ଛବି ଖରାପ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସିଧାସଳଖ ଭାରତକୁ ଟାର୍ଗେଟ୍ କରିଥିଲେ।। ବିଶ୍ୱ ଏହାକୁ ଗୁରୁତର ସହ ନେଉ ଓ ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଥିଲେ।

ଆଜି ଭାରତ ଏହାର କଡ଼ା ଜବାବ ଦେଇଛି। ଆତଙ୍କବାଦୀ ପୋଷୁଥିବା ରାଷ୍ଟ୍ରର ହିତଉପଦେଶ ଆଳରେ ଭାରତ ନିଚା ଦେଖାଇବାର ଉଦ୍ୟମକୁ ଜବାବରେ ପ୍ରତିହତ କରିଛି ଭାରତ। ସଂଖ୍ୟାଲଘୁଙ୍କର ଅଧିକାର କ୍ଷୁର୍ଣ୍ଣ କରିବାରେ ପାକିସ୍ତାନ ସବୁଠାରୁ ଆଗରେ। ପାକିସ୍ତାନ ସବୁଠାରୁ ବଡ଼ ଉଲ୍ଲଂଘନାକାରୀ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ।

ସେ କହିଛନ୍ତି ” ବାରମ୍ବାର ସଂଖ୍ୟାଲଘୁଙ୍କର ଅଧିକାର ଉଲ୍ଲଂଘନ କରୁଥିବା ଦେଶ ଅନ୍ୟ ଦେଶର ସଂଖ୍ୟାଲଘୁଙ୍କ ବିଷୟରେ କହିବା ହାସ୍ୟସ୍ପଦ କଥା। ପାକିସ୍ତାନ ଦ୍ୱାରା କେମିତି ବାରମ୍ବାର ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଓ ଅହମଦିଆମାନେ ନିର୍ଯାତିତ ହୁଅନ୍ତି ତାହା ସାରା ବିଶ୍ୱ ଦେଖିଛି।”

ଏହି ଖବରଟିକୁ ବି ପଢ଼ନ୍ତୁ- ବିଦେଶରେ ପହଞ୍ଚିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଘଟଣା; ଭାରତକୁ ସମନ କଲା କତାର

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଭାରତ ସବୁ ଧର୍ମକୁ ସମାନ ଅଧିକାର ଦେଇଥାଏ। ହେଲେ ପାକିସ୍ତାନ ଏହାର ସମ୍ପୂର୍ଣ୍ଣ ବିପରୀତ। ସଠାରେ ଆତଙ୍କବାଦୀଙ୍କର ବନ୍ଦନା କରାଯାଏ ଏବଂ ସେମାନଙ୍କର ସମ୍ମାନରେ ସ୍ମାରକୀ ନିର୍ମାଣ କରାଯାଏ। ଆମେ ପାକସ୍ତାନକୁ ଆହ୍ୱାନ ଦେଉଛୁ ଯେ ଉକ୍‌ସାଇଲାବଳି ବୟାନବାଜୀ କରି ସାମ୍ପ୍ରଦାୟିକ ସଦଭାବ ନ ବିଗାଡ଼ି ନିଜର ସୁରକ୍ଷା ଓ ସଂଖ୍ୟାଲଘୁଙ୍କର ହିତ ଦିଗରେ କାମ କରୁ।”

ଗତକାଲି ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ସାରା ବିଶ୍ୱ ଏହାକୁ ନଜର ରେଖିବା ଦରକାର ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ ” ଆମର ପୂଜ୍ୟ ପ୍ରଫେଟ(PBUH)ଙ୍କ ବିଷୟରେ ବିଜେପି ନେତ୍ରୀ ଦେଇଥିବା ଆଘାତମୁଳକ ମନ୍ତବ୍ୟକୁ ଯେତେ କଡ଼ା ଶବ୍ଦ ଶମ୍ଭବ ମୁଁ ତୀବ୍ର ନିନ୍ଦା କରୁଛି। ପୂର୍ବରୁ ଅନେକ ଥର କହିଛି ଯେ ଭାରତରେ ମୋଦୀ ସରକାର ମୁସଲମାମାନଙ୍କ ଧାର୍ମିକ ସ୍ୱାଧୀନତାକୁ ଦଳିମକଚି ଦିଆଯାଉଛି ଓ ନିର୍ଯାତନା ଦିଆଯାଉଛି। ବିଶ୍ୱ ଏଥିରେ ଧ୍ୟାନ ଦେଉ ଓ ଭାରତକୁ କଡ଼ା ଜବାବ ଦେଉ। ପବିତ୍ର ପ୍ରଫେଟ (PBUH)ଙ୍କ ପ୍ରତି ଆମର ଭଲପାଇବା ସବୁଠାରୁ ଉଚ୍ଚରେ। ପବିତ୍ର ପ୍ରଫେଟ (PBUH)ଙ୍କ ପାଇଁ ତାଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ମୁସଲମାନ ତାଙ୍କ ପ୍ରାଣବଳି ଦେଇପାରେ।”

ଅନ୍ୟପଟେ ନୁପୁର ଶର୍ମାଙ୍କର ବୟାନ ପରେ ତାଙ୍କୁ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର କରିଥିଲା ବିଜେପି। ଏହାକୁ ନିନ୍ଦା କରିବା ସହ ବିଜେପି କି ଭାରତ ସରକାରଙ୍କର ଏଭଳି ମନ୍ତବ୍ୟ ସହ କୌଣସି ସମ୍ପର୍କ ନାହିଁ ବୋଲି ଦଳର ଜାତୀୟ ପ୍ରବକ୍ତା ଅରୁଣ ସିଂହ କହିଥିଲେ। ବିଜେପିକୁ ଏଭଳି ବିଚାର ସ୍ୱୀକାର୍ଯ୍ୟ ନୁହେଁ, ଯାହା ଅନ୍ୟ କୌଣସି ଧର୍ମର ଭାବନାକୁ ଆଘାତ ପହଞ୍ଚାଏ। ବିଜେପି ଏଭଳି ବିଚାରକୁ ମାନେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ ବୋଲି ଅରୁଣ ସିଂହ କହିଥିଲେ।  

ଅନ୍ୟପଟେ ନୁପୁର ମଧ୍ୟ ଅନେକ ସମାଲୋଚନା ଓ କାର୍ଯ୍ୟନୁଷ୍ଠାନ ପରେ ଟ୍ୱିଟ୍ କରି କ୍ଷମା ମାଗିଥିଲେ। ତା ସହ ଯଦି କାହା ମନକୁ କଷ୍ଟ ଦେଇଛି ତେବେ ମୁଁ ମୋ ଶବ୍ଦ ଫେରାଉ ନେଉଛି ବୋଲି ଟ୍ୱିଟ୍ କରିଥିଲେ ନୁପୁର। ସୂଚନା ଥାଉକି ଏହି ଘଟଣାରେ ନୁପୁରଙ୍କ ବିରୋଧରେ ୩ ମାମଲା ହୋଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ଦୁଇଟି ମାମଲା ହୋଇଥିବା ବେଳେ ହାଇଦ୍ରାବଦରେ ଜଣେ ପୁଲିସ କର୍ମୀ ମାମଲା ରୁୁଜୁ କରିଛନ୍ତି। ନୁପୁରୁଙ୍କ ହତ୍ୟା ଓ ଦୁଷ୍କର୍ମର ଧମକ ମଧ୍ୟ ମିଳିଛି।

   Related Posts