ଚୀନ୍‌ରେ ଥମୁନି ବିସ୍ଫୋରଣ ଶୃଙ୍ଖଳା, ଜିନପିଙ୍ଗଙ୍କ ଉପରକୁ ଘନଉଛି ରାଜନୈତିକ ସଂକଟ

Published By : Prameya-News7 Bureau | November 17, 2021 IST

ବେଜିଂ : ଚୀନ୍‌ରେ ଗତ ଅକ୍ଟୋବର ୨୧ରେ ହୋଇଥିବା ବିସ୍ଫୋରଣ ପରଠାରୁ ଲଗାତାର ଏହିଭଳି ଘଟଣା ସବୁ ଘଟିଚାଲିଛି। ହେଲେ ଏହା ପଛରେ ଥିବା କାରଣ ଖୋଜିବାରେ ଚୀନ୍‌ ଗୁଇନ୍ଦା ବିଫଳ ହୋଇଛି। ପ୍ରଥମ ବିସ୍ଫୋରଣ ଘଟଣା ଉତ୍ତର-ପୂର୍ବ ଚୀନ୍‌ର ଲିଆଓନିଂ ପ୍ରୋଭିନ୍ସର ଶିନୟାଙ୍ଗ ସହରରେ ହୋଇଥିଲା। ଏକ ଜନବସତୀ ଅଞ୍ଚଳରେ ଥିବା ବିଲ୍ଡିଂର ପଞ୍ଚମ ମହଲାରେ ସକାଳୁ ସକାଳୁ ହୋଇଥିବା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣ ଆହତ ହୋଇଥିଲେ।

ଦ୍ୱିତୀୟ ବିସ୍ଫୋରଣ ଏହାର ଠିକ୍ ପରଦିନ ମଙ୍ଗୋଲିଆର ଅତ୍ୟାଧୁନିକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ୨୩ ତାରିଖ ଦିନଟି ଯେମିତି ସେମିତି କଟିଥିଲା ହେଲେ ୨୪ ତାରିଖ ଦିନ ଲିୟାଓନିଂ ସହରରେ ପୁଣି ବିସ୍ଫୋରଣ ହୋଇଥିବା ବେଳେ ସେହି ଦିନ ଦକ୍ଷିଣ-ପୂର୍ବ ଚୀନ୍‌ର ନାନଚିଂ ସହରରେ ଥିବା ଏରୋନଟିକ୍ସ ଏଣ୍ଡ ଆଷ୍ଟ୍ରୋନଟିକ୍ସ ୟୁନିଭର୍ସିଟିରେ ହୋଇଥିଲା। ଏଥିରେ ମଧ୍ୟ ଲୋକେ ମୃତାହତ ହୋଇଥିଲେ।

{"id":545377,"sizeSlug":"full","linkDestination":"none"}

ଏହି ବିସ୍ଫୋରଣ ସୃଙ୍ଖଳା ଏବେବି ଦେଶରେ ଜାରି ରହିଥିବା ବେଳେ ଚୀନ୍‌ ଭଳି ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ଦେଶର ଆଭ୍ୟନ୍ତରିଣ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ଶିବୁ ସହରର ଜନବହୁଳ ଅଞ୍ଚଳରେ ହୋଇଥିବା ଏକ ଟ୍ରକ ବିସ୍ଫୋରଣକୁ ଲୋକେ ଏବେବି ଭୁଲି ପାରୁନାହାନ୍ତି। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଶବ୍ଦ ୨୦ କିଲୋମିଟର ଦୂରକୁ ଶୁଣାଯାଇଥିଲା। ଏହି ସବୁ ବିସ୍ପୋରଣ ପରେ ଏବେ ଚୀନ୍‌ରେ ଗୁଜବ ବଜାର ସରଗରମ ହୋଇଉଠିଛି।

ଚୀନ୍‌ ପ୍ରଶାସନ ଏହି ସବୁ ବିସ୍ଫୋରଣକୁ ଏବେ ଗ୍ୟାସ୍‌ ପାଇପଲାଇନ ଓ ଟ୍ୟାଙ୍କର ବିସ୍ପୋରଣ ଭାବେ ଦେଖାଇବାକୁ ଉଦ୍ୟମ ଚଳାଇଛି। ତେବେ ଏହି ସବୁ ବିସ୍ଫୋରଣ ଚୀନ୍‌ ସିପିପିସିସି ବୈଠକ ପରଠାରୁ ବଢ଼ି ବଢ଼ି ଚାଲିଛି। ଏହି ବୈଠକରେ ଜିନପିଙ୍ଗ ପରବର୍ତ୍ତି ୫ ବର୍ଷ ଲାଗି ନିଜକୁ ଦେଶର ସର୍ବୋଚ୍ଚ ଶାସନମୁଖ୍ୟ କରାଇବାରେ ସଫଳ ହୋଇଛନ୍ତି। ଏଣୁ ହୁଏତ ତାଙ୍କ ବିରୋଧୀ ଗୋଷ୍ଠୀ  ସରକାରଙ୍କ ଉପରେ ଚାପ ସୃଷ୍ଟି ଲାଗି ଏପରି କାଣ୍ଡ ସବୁ କରୁଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।

{"id":545378,"width":840,"height":551,"sizeSlug":"full","linkDestination":"none"}

ତେବେ ଦେଶରେ ଜିନପିଙ୍ଗଙ୍କ ଶାସନରେ କେହିବି ସୁରକ୍ଷିତ ନଥିବା ଏହି ସବୁ ଘଟଣାକ୍ରମରୁ ସ୍ପଷ୍ଟ ହୋଇଯାଇଛି। ଗୋଟିଏ ପଟେ ନିଜର ରାଜନୈତିକ ଅଭିସନ୍ଧି ପୂରଣ ଲାଗି ଜିନପିଙ୍ଗ ତାଙ୍କ ବିରୋଧୀଙ୍କୁ ଗୋପନରେ ଠିକଣା ଲଗାଉଥିବା ବେଳେ ନିଜେ ଉପରାଷ୍ଟ୍ରପତି ୱାଙ୍ଗ ଛିଶାନ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦେଶ ଏବେ ଗୁରୁତର ଶକ୍ତି, ଖାଜ୍ୟ ଓ ଅର୍ଥନୈତିକ ସଂକଟର ସମ୍ମୁଖୀନ ହୋଇଛି। ଏଥିରେ ଜିନପିଙ୍ଗ ସରକାରଙ୍କ ଦମନମୂଳକ ନୀତିରେ ଲୋକେ ଅଶାନ୍ତ ହୋଇଉଠିଛନ୍ତି। ତେବେ ଚୀନ ଗଣମାଧ୍ୟମରେ ବିସ୍ଫୋରଣର ଚର୍ଚ୍ଚା ସରକାରଙ୍କ ଉପରେ ସୁରକ୍ଷା ନେଇ ଚାପ ବଢାଇ ଚାଲିଛି ବୋଲି କୁହାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.