ସନ୍ୟାସ ଘୋଷଣା କଲେ ଟେନିସ ଷ୍ଟାର ସେରେନା ୱିଲିୟମସ, ସେୟାର କଲେ ପୋଷ୍ଟ

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ: ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ନିଜ ଅବସର ନେଇ ଘୋଷଣା କରିଛନ୍ତି । ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖି କହିଛନ୍ତି 'ଜୀବର ଗୋଟିଏ ସମୟରେ ଏପରି ଆସିଥାଏ ଯେତେବେଳେ ଆମକୁ ଏକ ଅଲଗା ଦିଗରେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ । ଏହି ସମୟ ସବୁଠୁ କଠିନ ହୋଇଥାଏ । ମୋର ଇଚ୍ଛା ମୁଁ ସବୁବେଳେ ଟେନିସର ଆନନ୍ଦ ପାଏ, କିନ୍ତୁ ଓଲଟାଗଣିତ ଆରମ୍ଭ ହୋଇଛି'।

ଟେନିସ ଷ୍ଟାର ସେରେନା ୱିଲିୟମସ ଇଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, 'ଜୀବନରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ଏକ ଅଲଗା ରାସ୍ତାରେ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ। ଏବେ ଓଲଟାଗଣିତ ଆରମ୍ଭ ହୋଇଛି। ଜଣେ ମାଆ ଭାବେ, ନିଜର ଆଧ୍ୟାତ୍ମିକ ଲକ୍ଷ୍ୟ ଏବଂ ଶେଷରେ ଏକ ଅଲଗା, କିନ୍ତୁ ରୋମାଞ୍ଚକ ସେରେନାର ସନ୍ଧାନ ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ଅଛି। ମୁଁ ଆସନ୍ତା କିଛି ସପ୍ତାହର ଆନନ୍ଦ ହେବାକୁ ଯାଉଛି'।

ମହିଳା ଟେନିସର ମହାନ ଖେଳାଳି ସେରେନା ୱିଲିୟମସ ୟୁଏସ ଓପନରେ ଚମତ୍କାର ପ୍ରଦର୍ଶନ କରି ଓପନ କ୍ୟାରିୟରରେ ମୋଟ ୬ଟି ଟାଇଟଲ ଜିତିଥିଲେ। ସେ ୧୯୯୯, ୨୦୦୨, ୨୦୦୮, ୨୦୧୨, ୨୦୧୩ ଏବଂ ୨୦୧୪ରେ ୟୁଏସ ଓପନ ଟାଇଟଲ ଜିତିଥିଲେ । ଅନ୍ୟପଟେ ସେ ୨୩ ଥର ଗ୍ରାଣ୍ଡସ୍ଲାମ ଜିତିସାରିଛନ୍ତି । ତେବେ ସେ କିଛି ସମୟ ଧରି ଆହତ ଥିଲେ ଏବଂ ଟେନିସ କୋର୍ଟରେ ତାଙ୍କର ପୁରଣା ଫର୍ମ ମଧ୍ୟ ଦେଖିବାକୁ ମିଳୁ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.