ଆସିବ ‘ଦେଶୀ ବଏଜ’ ଓ ‘ଓମକାରା’ର ସିକ୍ଵେଲ, କନଫର୍ମ କଲେ ନିର୍ମାତା
23/12/2022 at 2:36 PM

ମୁମ୍ଵାଇ ୨୩।୧୨: ୨୦୨୨ ବର୍ଷ ଶେଷ ସୁଦ୍ଧା ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଣ୍ଡିତ ସିନେ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିଛନ୍ତି। ସେ ଫିଲ୍ମ ‘ଦେଶୀ ବଏଜ’ର ସିକ୍ୱେଲ ସହିତ ‘ଓମକାରା’ର ରିମେକ୍ କରିବାକୁ ମଧ୍ୟ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍ ଭଲ ଲାଗିଥିଲା। ଏଭଳି ପରିସ୍ଥିତିରେ ଏହାର ସିକ୍ୱେଲ ଏବଂ ରିମେକ୍ ଘୋଷଣା ଦର୍ଶକଙ୍କ ପାଇଁ ଖୁସି ଠାରୁ କମ୍ ନୁହେଁ। ଏହି ଦୁଇଟି ଫିଲ୍ମ ପାଇଁ ଆନ୍ଦନ ପଣ୍ଡିତ ଏରୋସ ଇଣ୍ଟରନ୍ୟାସନାଲ ଏବଂ ପରାଗ ସଙ୍ଘବୀଙ୍କ ସହ ସହଭାଗୀ ହୋଇଛନ୍ତି। ଏହି ଚଳଚ୍ଚିତ୍ର ଗୁଡ଼ିକର ଘୋଷଣା ସହିତ ପ୍ରଶଂସକଙ୍କ ଖୁସିର ସୀମା ନାହିଁ।
ଆନନ୍ଦ ପଣ୍ଡିତ ଦେଶୀ ବଏଜଙ୍କ ସିକ୍ୱେଲ ଏବଂ ଓମକାରାର ରିମେକ ବିଷୟରେ ପ୍ରଶଂସକଙ୍କ ସହ ଟ୍ୱିଟ କରି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଦେଶୀ ବଏଜ୍’ର ସିକ୍ୱେଲ୍ ଏବଂ’ ଓମକାରା’ର ରିମେକ୍ ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ। କ୍ରେଜି ଏଣ୍ଟରଟେନ୍ମେଣ୍ଟ ପାଇଁ ପ୍ରସ୍ତୁତ ହୁଅ । ଆନନ୍ଦ ପଣ୍ଡିତଙ୍କ ଏହି ଟ୍ୱିଟରେ ୟୁଜର୍ସମାନଙ୍କ କମେଣ୍ଟ ଆସିବାରେ ଲାଗିଛି । ଦୁଇଟି ଚଳଚ୍ଚିତ୍ର ବିଷୟରେ, ଏରୋସ୍ ମୋସନ୍ ପିକ୍ଚର୍ସର ଚେୟାରମ୍ୟାନ୍ ସୁନୀଲ ଲୁଲା କୁହନ୍ତି, ଉଭୟ ଚଳଚ୍ଚିତ୍ର ପାଇଁ ଆନନ୍ଦ ଭାଇଙ୍କ ସହ ମିଶି ଆମେ ବହୁତ ଉତ୍ସାହିତ।
କହିବାକୁ ଗଲେ ଯେ ଦେଶୀ ବଏଜ୍ ହେଉଛି ଏକ ରୋମାଣ୍ଟିକ୍ କମେଡି ଫିଲ୍ମ । ଯାହା ୨୦୧୧ରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ ଧାୱନଙ୍କ ପୁଅ ରୋହିତ ଧାୱନ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଜନ୍ ଅବ୍ରହାମ, ଦୀପିକା ପାଦୁକୋନ ଏବଂ ଚିତ୍ରଙ୍ଗଦା ସିଂ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯେତେବେଳେ କି ‘ଓମକାରା’ ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସେକ୍ସପିୟରଙ୍କ ନାଟକ ଓଥେଲୋ ଉପରେ ଆଧାରିତ ।