Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତାକାଲି ଭୁବନେଶ୍ବର ୱାନ୍ ଟ୍ବେଣ୍ଟି ବାଟାଲିଅନରେ ସିପାହୀ ନିଯୁକ୍ତି ଲାଗି ପରୀକ୍ଷା

13/10/2019 at 9:44 PM

ଭୁବନେଶ୍ୱର – ଆସନ୍ତାକାଲି ଭୁବନେଶ୍ବର ୱାନ୍ ଟ୍ବେଣ୍ଟି ବାଟାଲିଅନରେ ସିପାହୀ ନିଯୁକ୍ତି ଲାଗି ପରୀକ୍ଷା । ପ୍ରଥମ ଦିନରେ ମଧ୍ୟପ୍ରଦେଶ ଓ ବିହାରର ଆବେଦନକାରୀ ପରୀକ୍ଷା ଦେବେ । ଏଥିଲାଗି ରାଜଧାନୀରେ ଏବେ ମାଳ ମାଳ ଯବାନ ଆଶାୟୀ ଯୁବକ । ତେବେ ଏମାନଙ୍କ ରହଣି ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଫୁଟପାଥରେ ହିଁ କଟିବ ରାତି ।
ରାଜଧାନୀର ରାସ୍ତା କଡ଼ରେ ଯେଉଁଠି ନଜର ପକାଇଲେ ଯୁବକଙ୍କୁ ଫୁଟପାଥରେ ଶୋଇଥିବାର ଦେଖିବାକୁ ମିଳୁଛି । ବିଶେଷକରି, ଲୋୟର ପିଏମଜି, ଆଇଜି ପାର୍କ ଏରିଆରେ ଏହି ଦୃଶ୍ୟ ଅଧିକ ରହିଛି । ଏହି ଯୁବକମାନେ ଆସିଛନ୍ତି ଟେରିଟୋରିଆଲ ଆର୍ମି ନିଯୁକ୍ତିର ପରୀକ୍ଷା ଦେବାକୁ । ୭୧ଟି ସିପାହୀ ପଦବୀ ଲାଗି ଆସନ୍ତାକାଲି ଭୁବନେଶ୍ବରର ୧୨୦(ୱାନ୍ ଟ୍ବେଣ୍ଟି) ବାଟାଲିଅନରେ ମଧ୍ୟପ୍ରଦେଶ ଓ ବିହାରର ଯୁବକଙ୍କ ଲାଗି ଫିଜିକାଲ ଟେଷ୍ଟ ହେବ । ପଦବୀ ୭୧ ହେଲେ ଆବେଦନକାରୀ ହଜାର ହଜାର ସଂଖ୍ୟାରେ । ତେବେ ରହଣୀ ଲାଗି ଏମାନଙ୍କୁ ନିଜେ ବ୍ୟବସ୍ଥା କରିବାକୁ ଥିବାରୁ ଗରିବ ଆବେଦନକାରୀଙ୍କୁ ଫୁଟପାଥରେ ଶୋଇଥିବାର ଦେଖିବାକୁ ମିଳିଛି । ରବିବାର ରାତି ତାଙ୍କର ଏହି ଫୁଟପାଥରେ ହିଁ କଟିବ ।
୧୪ ଅକ୍ଟୋବର ବିହାର ଓ ମଧ୍ୟ ପ୍ରଦେଶ, ୧୫ ଉତ୍ତର ପ୍ରଦେଶ, ୧୬ ଓଡ଼ିଶା, ୧୭ ଉତ୍ତରାଖଣ୍ଡ, ୧୮ ଝାଡ଼ଖଣ୍ଡ, ୧୯ ଛତିଶଗଡ଼ ଓ ୨୦ରେ ସମସ୍ତ ରାଜ୍ୟର ଧାର୍ମିକ ଶିକ୍ଷକ ଲାଗି ଆବେଦନକାରୀଙ୍କ ପରୀକ୍ଷା ହେବ । ସୀମିତ ପଦବୀ ଲାଗି ଆବେଦନର ସଂଖ୍ୟା କିନ୍ତୁ ବେଶ୍ ଅଧିକ ରହୁଛି । ଅତଚ ପରୀକ୍ଷାର୍ଥୀଙ୍କ ରହଣି ଲାଗି କୌଣସି ବି ବ୍ୟବସ୍ଥ ହୋଇି । ପୂର୍ବରୁ ଏଭଳି ସିପାହୀ ପରୀକ୍ଷା ଗୁଡ଼ିକରେ ବିଭିନ୍ନ ପଡ଼ିଆରେ ଟଣ୍ଟ ଲଗାଇ ସୁବିଧା ହେଉଥିଲା । କିନ୍ତୁ ଚଳିତ ବର୍ଷ ତାହା କରାଯାଇ ନାହିଁ ।

   Related Posts