suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ସେୟାର ବଜାରରେ ହାହାକାର ! ୬୦,୦୦୦ ତଳକୁ ଖସିଲା ସେନସେକ୍ସ, ୭ ଦିନରେ ନିବେଶକଙ୍କ ବୁଡିଲା ୧୯ ଲକ୍ଷ କୋଟି ଟଙ୍କା

23/12/2022 at 5:21 PM

ନୂଆଦିଲ୍ଲୀ: ସେୟାର ବଜାର ନିବେଶକଙ୍କୁ ଚଳିତ ସପ୍ତାହ ଭାରି ପଡ଼ିଛି । ସେନସେକ୍ସ ଏବଂ ନିଫ୍ଟି ଶୁକ୍ରବାର ପ୍ରାୟ ୧.୭ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି । ଏହାସହ ଗତ ୭ କାରବାର ଦିନରେ ଷଷ୍ଠ ଥର ପାଇଁ ଭାରତୀୟ ସେୟାର ବଜାର ହ୍ରାସ ସହ ବନ୍ଦ ହୋଇଛି । ଏହି ହ୍ରାସ ସହ ସେୟାର ବଜାର ନିବେଶକଙ୍କ ସମ୍ପତ୍ତିରେ ଗତ ୭ ଦିନ ଭିତରେ ୧୯ ଲକ୍ଷ କୋଟି ଟଙ୍କା କମିଛି । ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ସତର୍କ ବୟାନ, ସୁଧ ହାର ବୃଦ୍ଧି ନେଇ ସଂକେତ, ବିଶ୍ୱ ସ୍ତରରେ ମନ୍ଦାବସ୍ଥାର ଆଶଙ୍କା, ଚୀନ-ଜାପାନ ସହ ଦୁନିଆର ଅନ୍ୟ ଦେଶରେ ପୁଣି ଥରେ ବଢୁଥିବା କରୋନା ମାମଲା ଯୋଗୁଁ ସେୟାର ବଜାରରେ ଏହି ହ୍ରାସ ଦେଖିବାକୁ ମିଳୁଛି ।

ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଆଜି ପ୍ରାୟ ୧.୬୧ ପ୍ରତିଶତ ଅର୍ଥାତ ୯୮୦.୯୩ ଅଙ୍କ ତଳକୁ ଖସିବା ସହ ୫୯,8୪୫.୨୯ ଅଙ୍କ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଚ ନିଫ୍ଟି ଆଜି ୧.୭୭ ପ୍ରତିଶତ ଅର୍ଥାତ୍ ୩୨୦.୫୫ ଅଙ୍କ ହ୍ରାସ ସହ ୧୭,୮୦୬.୮୦ ସ୍ତରରେ ବନ୍ଦ ହୋଇଛି ।

ସେୟାର ବଜାର ନିବେଶକଙ୍କ ପୁଞ୍ଜି କେବଳ ଶୁକ୍ରବାର ପ୍ରାୟ ୮.୨୬ ଲକ୍ଷ କୋଟି ଟଙ୍କା କମିଛି । ବିଏସଇରେ ସୂଚୀବଦ୍ଧ ସବୁ କମ୍ପାନିର ମୋଟ ବଜାର ପୁଞ୍ଜି ଆଜି ହ୍ରାସ ହୋଇ ୨୭୨.୨୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ଗୋଟିଏ ଦିନ ପୂର୍ବେ ଏହା ୨୮୦.୫୫ ଲକ୍ଷ କୋଟି ଟଙ୍କା ରହିଥିଲା । ବିଏସଇରେ ସୂଚୀବଦ୍ଧ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜିରେ ଆଜି ଗୋଟିଏ ଦିନରେ ୮.୨୬ ଲକ୍ଷ କୋଟି ଟଙ୍କା ହ୍ରସ ଘଟିଛି ।

ଡେସେମ୍ୱର ୧୪ରେ ବିଏସଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ କ୍ୟାପ ନିଜ ରେକର୍ଡ ସ୍ତରରେ ପହଞ୍ଚିଥିଲା । ସେବେଠାରୁ ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମାର୍କେଟ କ୍ୟାପ ପ୍ରାୟ ୧୮.୯୬ ଲକ୍ଷ କୋଟି ଟଙ୍କା କମିଛି । ଡିସେମ୍ୱର ୧୪ରେ ବିଏସଇର ମୋଟ ମାର୍କେଟ କ୍ୟାପ ୨୯୧.୨୫ ଲକ୍ଷ କୋଟି ଥିଲା । ସପ୍ତାହର ଶେଷ କାରବାର ଦିନରେ ଏହା କମି ୨୭୨.୨୯ ଲକ୍ଷ କୋଟି ଟଙ୍କା ହୋଇଛି ।     

   Related Posts