RBI ଜିଡିପି ଆକଳନ ବୃଦ୍ଧିରେ ମାଲାମାଲ ଶେୟାର ବଜାର: ନିଫ୍‌ଟିର ସର୍ବକାଳୀନ ରେକର୍ଡ କ୍ଲୋଜିଂ

Published By : Prameya-News7 Bureau | June 07, 2024 IST

indiatoday

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଘୋଷଣା ପରେ ଜୁନ ୪ ତାରିଖରେ ଶେୟାର ବଜାର ବଡ଼ ହ୍ରାସ ହୋଇଥିଲା। ୩୦ ଲକ୍ଷ କୋଟି ଟଙ୍କା ହରାଇଥିଲେ ନିବେଶକ। ତେବେ ଶୁକ୍ରବାର ମନିଟାରି ପଲିସି ବୈଠକରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜିଡିପି ଅଭିବୃଦ୍ଧି ନେଇ ଆକଳନ କରିବା ପରେ ଶେୟାରବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ନିବେଶକଙ୍କ ସମ୍ପତ୍ତିରେ ୭ ଲକ୍ଷ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି।
 କାରବାରର ଶେଷ ଦିନ ଜୁନ ୭ ତାରିଖରେ ସେନ୍‌ସେକ୍ସ ୭୬,୭୯୫ ଅଲ୍‌ଟାଇମ ହାଇ ସ୍ତରରେ ପହଞ୍ଚିଥିଲା। ହେଲେ ପରେ ଏଥିରେ ସାମାନ୍ୟ ହ୍ରାସ ଘଟିଥିଲା। କାରବାର ଶେଷରେ ସେନ୍‌ସେକ୍ସ ୧,୬୧୮ ଅଙ୍କ ବଢ଼ି ୭୬,୬୯୩ରେ ବନ୍ଦ ହୋଇଥିଲା।

ସେହିପରି ନିଫ୍ଟି ମଧ୍ୟ କାରବାର ସମୟରେ ୫୦୦ ପଏଣ୍ଟ ବୃଦ୍ଧି ହୋଇ ୨୩,୩୨୦ ସ୍ତରରେ ପହଞ୍ଚିଥିଲା। ହେଲେ ପରେ ଏଥିରେ ସାମାନ୍ୟ ହ୍ରାସ ହୋଇ ୪୬୮ ପଏଣ୍ଟ ତଳକୁ ଖସି ନିଫ୍ଟି ୨୩,୨୯୦ରେ ବନ୍ଦ ହୋଇଥିଲା। ଯାହା ନିଫ୍‌ଟିର ଅଲ୍‌ ଟାଇମ ହାଇ କ୍ଲୋଜିଂ। 

ସେନ୍‌ସେକ୍ସର ସମସ୍ତ ୩୦ ଷ୍ଟକ୍ରେ ବୃଦ୍ଧି ଦେଖିବାକୁ ମିଲିଥିଲା। କେବଳ M&M ସେୟାରଗୁଡିକ ସବୁଠାରୁ ଅଧିକ ୫.୮୩% ବୃଦ୍ଧି ହୋଇଥିଲା। ଯେଉଁଠାରେ ଆଇଟି କମ୍ପାନୀ ୱିପ୍ରୋ ଏବଂ ଟେକ୍ ମହିନ୍ଦ୍ରା ପ୍ରାୟ ୫% ବୃଦ୍ଧି ପାଇଥିଲେ। ଟାଟା ଷ୍ଟିଲ, ଇନଫୋସିସ୍ ଏବଂ ଭାରତ ଏୟାରଟେଲର ସେୟାର ମଧ୍ୟ ପ୍ରାୟ ୪% ବୃଦ୍ଧି ପାଇଛି।

ଜିଡିପି ଗ୍ରୋଥ୍ ରେଟ୍ ବଢ଼ାଇଲା ଆର୍‌ବିଆଇ

୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ଆର୍‌ବିଆଇ ଜିଡିପି ଅଭିବୃଦ୍ଧି ଆକଳନକୁ ୭% ରୁ ୭.୨%କୁ ବୃଦ୍ଧି କରିଛି।  ସେହିପରି ମୁଦ୍ରାସ୍ଫୀତି ଆକଳନ ୪.୫% ରେ କାଏମ ରହିଛି। ମୁଦ୍ରା ନୀତି କମିଟି (ଏମପିସି)ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବାବେଳେ ଆରବିଆଇ ଗଭର୍ଣ୍ଣର ଏହି ଆକଳନ କରିଛନ୍ତି। ଅନ୍ୟପଟେ ଏନ୍‌ଡିଏର ସମସ୍ତ ସଦସ୍ୟ ନରେନ୍ଦ୍ର ମୋଦୀଙ୍କୁ ନିଜ ଦଳର ନେତା ବୋଲି ନିର୍ବାଚିତ କରିବା ପରେ ଏହାର ପ୍ରଭାବ ମଧ୍ୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଥିଲା। ତେଲୁଗୁ ଦେଶମ ପାର୍ଟି ସହ ଜଡ଼ିତ ଶେୟାର ୩୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। 

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଲିଷ୍ଟେଡ୍‌ କମ୍ପାନୀଗୁଡ଼ିକର ମାର୍କେଟ୍ କ୍ୟାପ୍‌ ୭.୬୮ ଲକ୍ଷ କୋଟି ବଢ଼ି ମୋଟ ୪୨୩.୫୭ ଲକ୍ଷ କୋଟିରେ ପହଞ୍ଚିଥିଲା। ଆଇଟି ଓ ବ୍ୟାଙ୍କିଙ୍ଗ୍ ସେକ୍ଟରେ ଜବରଦସ୍ତ ବୃଦ୍ଧି ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.