AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ସେୟାର ବଜାରକୁ ଫେରିଲା ଚମକ, ୭୦୦ ଅଙ୍କ ବଢିଲା ସେନସେକ୍ସ, ନିବେଶକଙ୍କ ସମ୍ପତ୍ତିରେ ୬ ଲକ୍ଷ କୋଟି ଟଙ୍କା ବୃଦ୍ଧି

26/12/2022 at 5:07 PM

ମୁମ୍ୱାଇ: ଗତ ସପ୍ତାହରେ ଲଗାତାର ହ୍ରାସ ଦେଖିଥିବା ଭାରତୀୟ ସେୟାର ବଜାର ସପ୍ତାହର ପ୍ରଥମ କାରବାର ଦିନରେ ପୁଣି ଉପରମୁହାଁ ହୋଇଛି । ସେୟାର ବଜାରକୁ ପୁଣି ଥରେ ଚମକ ଫେରିଛି । ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ସେନସେକ୍ସ ପ୍ରାୟ ୭୨୧.୧୩ ଅଙ୍କ ଅର୍ଥାତ ୧.୨୦ ପ୍ରତିଶତ ବୃଦ୍ଧି ସହ ୬୦,୫୬୬.୪୨ ଅଙ୍କରେ ପହଞ୍ଚିଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ନିଫ୍ଟି ୨୦୭.୮୦ ଅଙ୍କ ଅର୍ଥାତ ୧.୧୭ ପ୍ରତିଶତ ବଢି ୧୮,୦୧୪.୬୦ ସ୍ତରରେ ବନ୍ଦ ହୋଇଛି । ଫର୍ମାକୁ ଛାଡି ଅନ୍ୟ ସବୁ ସେକ୍ଟରର ସୂଚକାଙ୍କ ଆଜି ସବୁଜ ସଂକେତ ଉପରେ ବନ୍ଦ ହୋଇଛି । ସରକାରୀ ବ୍ୟାଙ୍କ ଗୁଡିକର ସେୟାରରେ ଆଜି ବଡ ବୃଦ୍ଧି ଦେଖିବାକୁ ମିଳିଛି । ପିଏସୟୁ ବ୍ୟାଙ୍କ ଗୁଡିକର ସୂଚକାଙ୍କରେ ପ୍ରାୟ ୭ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ବିଏସଇର ମିଡକ୍ୟାପ ଇଣ୍ଡେକ୍ସ ୨.୩ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ସ୍ମଲକ୍ୟାପ ଇଣ୍ଡେକ୍ସରେ ୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ସେୟାର ବଜାରରେ ଏହି ବୃଦ୍ଧି ପରେ ନିବେଶକଙ୍କ ପୁଞ୍ଜି ଆଜି ୫.୮୭ ଲକ୍ଷ କୋଟି ଟଙ୍କା ବଢିଛି । ବିଏସଇରେ ସୂଚୀବଦ୍ଧ ସବୁ କମ୍ପାନିର ମୋଟ ବଜାର ପୁଞ୍ଜି ଆଜି ବଢି ୨୭୭.୯୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଦିନରେ ଏହା ୨୭୨.୧୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିର ମୋଟ ବଜାର ପୁଞ୍ଜିରେ ଆଜି ୫.୮୭ ଲକ୍ଷ କୋଟି ଟଙ୍କା ବଢିଛି ।

ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୪ ସେୟାର ଆଜି ବୃଦ୍ଧି ସହ ବନ୍ଦ ହୋଇଛି । ଯେଉଁ ୫ ସେୟାରରେ ଆଜି ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ସେଥିରେ, ଏସବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫିନସର୍ଭ, ଟାଟା ଷ୍ଟିଲ ଏବଂ ଆଇଟିସି ଲିମିଟେଡ୍ ସାମିଲ ରହିଛି । ସେହିପରି ସେନସେକ୍ସର ମୋଟ ୬ ସେୟାର ଆଜି ହ୍ରାସ ସହ ବନ୍ଦ ହୋଇଛି । ନେସଲେ ଇଣ୍ଡିଆରେ ୧.୧୭ ପ୍ରତିଶତ ସହ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳୁଛି । ଏହାସହ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ଏଚସିଏଲ ଟେକ, ହିନ୍ଦୁସ୍ତାନ ୟୁନିଲିଭର ଏବଂ ସନ ଫାର୍ମାରେ ମଧ୍ୟରେ ଆଜି ୦.୪୩ରୁ ୦.୧୦ ପ୍ରତିଶତ ସହ ବନ୍ଦ ହୋଇଛି । ସେହିପରି ଆଜି ୩୭୪ ସେୟାର ନିଜର ସର୍କିଟ ସୀମା ଛୁଇଁଛି ।

   Related Posts