ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର Sensex ୬୯୦୦୦ସ୍ତରକୁ ପାର, ନିଫ୍ଟିର ମଧ୍ୟ ନୂଆ ରେକର୍ଡ

Published By : Prameya-News7 Bureau | December 05, 2023 IST

ମୁମ୍ବାଇ ୫।୧୨: ସେନସେକ୍ସ ମଙ୍ଗଳବାର ୬୯,୩୮୧.୩୧ର ନୂଆ ଅଲଟାଇମ ହାଇ ସ୍ତରକୁ ପହଞ୍ଚି ଯାଇଛି। ପୂର୍ବାହ୍ନ ୧୧ଟା ବେଳେ କାରବାର ଆରମ୍ଭର ମାତ୍ର କିଛି ସମୟ ପରେ ଏହା ୪୬୭ ପଏଣ୍ଟ ବୃଦ୍ଧି ସହ ୬୯୩୩୨ ସ୍ତରରେ ଥିଲା। ଏହି ସମୟରେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ରେକର୍ଡ ୨୦୮୪୯ର ନୂଆ ଶିଖରରୁ ଫେରି ୧୫୦ ପଏଣ୍ଟ ବୃଦ୍ଧି ସହ ୨୦୮୩୭ ସ୍ତରରେ ଥିଲା। ଏହି ସମୟରେ ବ୍ୟାଙ୍କ ନିଫ୍ଟିରେ ୧.୫୨ ପ୍ରତିଶତ ବୃଦ୍ଧି ହୋଇଥିଲା।

ସେତେବେଳେ ପିଏସୟୁ ବ୍ୟାଙ୍କ ମଧ୍ୟ ୧.୬୩ ପ୍ରତିଶତ ଉପରେ ଥିଲେ। ଏଥିରେ ପ୍ରାଇଭେଟ ବ୍ୟାଙ୍କ ଇଣ୍ଡେକ୍ସ ୧.୪୫ ପ୍ରତିଶତ ଉପରେ ଟ୍ରେଡ କରୁଥିବା ବେଳେ  ନିଫ୍ଟିରେ ଆଇଟି, ମିଡିଆ ଓ ରିୟଲ୍ଟି ଲାଲସଂକେତ ଉପରେ ଥିଲେ। ମଙ୍ଗଳବାର ପୂର୍ବାହ୍ନ ୯ଟା ୧୫ ମିନିଟ୍‌ରେ ସେୟାର ବଜାର ରେକର୍ଡ ସ୍ତରରୁ କାରବାର ଆରମ୍ଭ କରିଥିଲା। ଯେଉଁଥିରେ ସେନସେକ୍ସ ପ୍ରଥମ ଥର ୬୯୦୦୦ ସ୍ତରକୁ ପହଞ୍ଚି ଯାଇଥିଲା। ସେହିପରି ନିଫ୍ଟି ମଧ୍ୟ ଦିନର କାରବାର ଅଲଟାଇମ ହାଇ ୨୦୮୦୮ ସ୍ତରରୁ ଆରମ୍ଭ କରିଥିଲା।

{"id":879058,"width":839,"height":472,"sizeSlug":"full","linkDestination":"none"}

ଏଥିରେ ସେନସେକ୍ସ ମଙ୍ଗଳବାର ୩୦୩ ପଏଣ୍ଟର ବୃଦ୍ଧି ସହ ୬୯୧୬୮ସ୍ତରରେ ଖୋଲିଥିଲା, ଏତିକି ବେଳେ ନିଫ୍ଟି ମଧ୍ୟ ୧୨୨ ପଏଣ୍ଟ କାରବାର ଆରମ୍ଭ କରିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ମଙ୍ଗଳବାର ଗତ ଅଲଟାଇମ ହାଇ ୬୮୯୧୮.୨୨ ରେକର୍ଡ କୁ ଭାଙ୍ଗି  ନୂଆ ଶିଖରକୁ ଛୁଇଁଥିଲା। ସେହିପରି ଏନଏସଇ ବେଞ୍ଚମାର୍କ ଇଣ୍ଡେକ୍ସ ନିଫ୍ଟି-୫୦ ମଧ୍ୟ ନୂଆ କିର୍ତ୍ତିମାନ ଆଡକୁ ଅଗ୍ରସର ହୋଇଥିଲା। ଏଥିରେ ନିଫ୍ଟି ୨୦୭୦୨ ସ୍ତରରେ ପହଞ୍ଚି ଯାଇଥିଲା। ନିଫ୍ଟି ଟପ ଗେନରରେ ଆଜି ମଧ୍ୟ ଆଦାନୀ ଏଣ୍ଟରପ୍ରାଇଜର୍ସ ଓ ଆଦାନୀ ପୋର୍ଟସ୍ ଅଛନ୍ତି।

ସେହିପରି ବିପିସିଏଲ, ଏକ୍ସିସ୍ ବ୍ୟାଙ୍କ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ଟପଗେନରଙ୍କ ଲିଷ୍ଟରେ ଅଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପି ଲହର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିର ପ୍ରଭାବ ଗତ ଦୁଇ ଦିନ ହେଲା ସେୟାର ବଜାରରେ ଦେଖିବାକୁ ମିଳୁଛି। ଏଥିରେ ବିଶେଷଜ୍ଞଙ୍କ କହିବା କଥା ହେଲା ବିଜେପି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଜିତିବାର ଏବେ ପ୍ରବଳ ସମ୍ଭାବନା ଦେଖାଯାଉଛି। ଏହା ପୂର୍ବରୁ ସୋମବାର ବିଏସଇ ସେନସେକ୍ସ ଲଗାତାର ପଞ୍ଚମ ବ୍ୟବସାୟୀକ ଅଧିବେଶନରେ ୧,୩୮୪ ପଏଣ୍ଟର ଜୋରଦାର ଲମ୍ପ ପ୍ରଦାନ କରିବା ସହ ନୂଆ ରେକର୍ଡସ୍ତରକୁ ପହଞ୍ଚିଥିଲା।

ବିବାହ ସିଜିନ୍‌ରେ ଚମକୁଛି ସୁନା, ୬୪ ହଜାର ଟପିଲା ଦାମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.