ଆରବିଆଇର ହସ୍ତକ୍ଷେପ ପରେ ସେୟାର ବଜାରରେ ଆସିଲା ଉନ୍ନତି: ସେନସେକ୍ସ ୪୮୦ ପଏଁଣ୍ଟ ଚଢିଲା, ୧୧୩୦୦ ଉପରେ ନିଫ୍ଟି
3/03/2020 at 5:28 PM

ମୁମ୍ବାଇ ମାର୍ଚ୍ଚ ୦୩: ଲଗାତାର ୭ ଦିନ ଧରି ସେୟାର ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ପରେ ଆଜି ଉତ୍ସାହ ପରିଲକ୍ଷିତ ହୋଇଛି। ଆରବିଆଇ ଏହାକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି। ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ ପ୍ରଭାବରୁ ସେୟାର ମାର୍କେଟ କ୍ଷତିରେ ଚାଲୁଥିବା ଆରବିଆଇ କହିଛି।

ଆଜି ବିଏସଇ ସେନସେକ୍ସ ୪୭୯.୬୮ ପଏଁଣ୍ଟ ବୃଦ୍ଧି ପାଇ ୩୮,୬୨୩.୭୦ରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମଧ୍ୟ ୧୭୦.୫୫ ପଏଁଣ୍ଟର ବୃଦ୍ଧି ସହ ୧୧,୩୦୩.୩୦ରେ ବନ୍ଦ ହୋଇଛି। ଏଥିରେ ସନ ଫାର୍ମା, ଟାଟା ଷ୍ଟିଲ୍, ଓଏନଜିସି, ଅଲଟ୍ରାସିମକୋ, ଏଟିପିସି, ପାଓ୍ୱାର ଗ୍ରୀଡ ଓ ହିରୋ ମୋଟୋକପ୍ ସେମାନଙ୍କ ଷ୍ଟକରେ ବୃଦ୍ଧି କରିବାସହ ଭଲ କାରବାର କରିଥିଲେ।

ବ୍ୟବସାୟୀଙ୍କ କହିବାନୁସାରେ, ଚୀନ ଓ ଅନ୍ୟ ଦେଶରେ କରୋନାର ବିଭିନ୍ନ ମାମଲା ସାମ୍ନାକୁ ଆସିବା ପରେ ସେୟାର ବଜାରରେ ଏହାର ପ୍ରଭାବ ପଡିଛି। ତେବେ ଏହାର ସମାଧାନ ଅତିଶୀଘ୍ର ହେବ ବୋଲି ଆଶା କରାଯାଉଛି। ଚୀନ ବାହାରେ ମଧ୍ୟ ଅନେକ କରୋନା ମାମାଲା ସାମ୍ନାକୁ ଆସିଛି।
ଜି୭ ଦେଶର ସମସ୍ତ ଅର୍ଥମନ୍ତ୍ରୀ ଓ ବ୍ୟାଙ୍କ ମୁଖ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ବିଶ୍ୱ ଅର୍ଥବ୍ୟବସ୍ଥାରେ କିପରି ସୁଦ୍ଧାର ଆସିବ ସେନେଇ ଏହି ବୈଠକରେ ଆଲୋଚନା ହେବ।