ସେୟାର ବଜାର : ୪୬,୦୦୬ରେ ବନ୍ଦ ହେଲା ସେନସେକ୍ସ୍, ନିଫ୍ଟି ୧୩,୪୫୦ ପାର

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ଆଜି ସକାଳୁ ଧିମା ଖୋଲିଥିବା ସେୟାର ବଜାର ପୁଣି ଥରେ ସବୁଜ ସଙ୍କେତ ସହିତ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୪୫୨ ଅଙ୍କ ବୃଦ୍ଧି ପାଇ ୪୬,୦୦୬.୬୯ରେ ବନ୍ଦ ହୋଇଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩୭ ଅଙ୍କ ବୃଦ୍ଧି ପାଇ ୧୩,୪୬୬.୩୦ରେ ବନ୍ଧ ହୋଇଛି ।

କରୋନା ଭାଇରସର ଷ୍ଟ୍ରେନ୍ ସାମ୍ନାକୁ ଆସିଥିବାରୁ ଏହାର ପ୍ରଭାବ ସିଧାସଳଖ ସେୟାର ବଜାର ଉପରେ ପଡିଛି । ମଙ୍ଗଳବାର ସେନସେକ୍ସ୍ ସୂଚକାଙ୍କ ଭାରି ମାତ୍ରାରେ ହ୍ରାସ ପାଇଥିଲା । କାରବାର ଆରମ୍ଭରୁ ପ୍ରାୟ ୩୦୦ ଅଙ୍କ ଖସିଥିବା ସେନସେକ୍ସ୍ ପରେ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିଥିଲା । ଏହି ସମୟ ମଧ୍ୟରେ ଇଣ୍ଡେକ୍ସରେ ପ୍ରମୁଖ ଅଂଶଧନ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ବଜାଜ୍ ଫାଇନାନ୍ସ ଏବଂ ଆଇଟିସିର ସେୟାର ହ୍ରାସ ପାଇଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର କାରବାର ୩୦୭.୬୦ ଅଙ୍କ ଅର୍ଥାତ ୦.୬୮ ପ୍ରତିଶତ ହ୍ରାସ ପାଇ ୪୫,୨୪୬.୩୬ରେ ପହଞ୍ଚିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୯୯.୯୦ ଅଙ୍କ ଅର୍ଥାତ ୦.୭୫ ପ୍ରତିଶତ ହ୍ରାସ ପାଇ ୧୩,୨୨୮.୫୦ରେ ପହଞ୍ଚିଥିଲା ।

ପୂର୍ବରୁ ସେନସେକ୍ସ୍ ୧୪୦୬.୭୩ ଅଙ୍କ ଅର୍ଥାତ ତିନି ପ୍ରତିଶତ ହ୍ରାସ ପାଇ ୪୫,୫୫୩.୯୬ରେ ବନ୍ଦ ହୋଇଯାଇଥିଲା । ନିଫ୍ଟି ୪୩୨.୧୫ ଅର୍ଥାତ ୩.୧୪ ପ୍ରତିଶତ ହ୍ରାସ ପାଇ ୧୩,୩୨୮.୪୦ରେ ବନ୍ଦ ହୋଇଥିଲା । ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ସୋମବାର ମୋଟ ଭିତ୍ତିରେ ୩୨୩.୫୫କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.