ସେୟାର ବଜାରରେ ଉତ୍ସାହ : ଆଜି ସକାଳେ ୪୪୨.୦୨ ପଏଣ୍ଟ ଅଭିବୃଦ୍ଧି ସହ ଖୋଲିଲା ସେନସେକ୍ସ

Published By : Prameya-News7 Bureau | March 12, 2021 IST

ମୁମ୍ବାଇ,୧୨/୦୩:  ଚଳିତ ସପ୍ତାହର ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ସେୟାର ବଜାରରେ ଭଲ ଆରମ୍ଭ ହୋଇଛି । ସକାଳେ ୪୪୨.୦୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଛି । ଏହାସହ ସେନସେକ୍ସ ୫୧,୭୨୧.୫୪ ପଏଣ୍ଟରେ ପହଁଚିଛି ।

ସେହିପରି ନିଫ୍ଟି ୧୨୪.୩୦ ପଏଣ୍ଟ ବୃଦ୍ଧି ପାଇ ଖୋଲିଥିଲା । ଏହାସହ ୧୫୨୯୯ ଅଙ୍କ ଛୁଇଁଥିଲା । ଶୁକ୍ରବାର ସକାଳେ ଆଇଡିବିଆଇ ଓ ଆଇଏଫସିଆଇର ସେୟାର ସବୁଠାରୁ ଭଲ କାରବାର କରିଥିଲା  । ଆଇଟିଡିସି ଓ ଅଦାନୀ ପାଓ୍ୱାର୍ସର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ମହାଶିବରାତ୍ରି ଥିଲା । ଏହି କାରଣରୁ ସେୟାର ବଜାରରେ କାରବାର ବନ୍ଦ ଥିଲା । ସେହିପରି ବୁଧବାର ମଧ୍ୟ ସେୟାର ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ।

ବୁଧବାର ସକାଳେ ସେୟାର ବଜାରରେ ୪୦୫ ଅଙ୍କ ବୃଦ୍ଧି ପରିଲକ୍ଷିତ ହୋଇଥିଲା । କିନ୍ତୁ କାରବାର ବନ୍ଦ ବେଳକୁ ଏହା ୨୫୪ ଅଙ୍କ ହୋଇ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.