୨ଦିନ ପରେ ବଢିଲା ସେୟାର ମାର୍କେଟ୍, ୨୨୨ ପଏଣ୍ଟ ଉଠିଲା ସେନସେକ୍ସ

Published By : Prameya-News7 Bureau | April 16, 2020 IST

ମୁମ୍ବାଇ, ୧୬|୦୪:  ଲଗାତାର ୨ ଦିନ ହ୍ରାସ ପାଇବା ପରେ ସେୟାର ବଜାର ସପ୍ତାହର ତୃତୀୟ କାରବର ଦିନ ଅର୍ଥାତ ଗୁରୁବାର ଅଭିବୃଦ୍ଧିରେ ବନ୍ଦ ହୋଇଛି ।ବମ୍ବେ ଷ୍ଟକ ଏକ୍ସଚେଞ୍ଚର ମୁଖ୍ୟ ଇଣ୍ଡେକ୍ସ ସେନସେକ୍ସ ୨୨୨.୮୦ ଅଙ୍କ ଅର୍ଥାତ ୦.୭୩ ପ୍ରତିଶତ ବୃଦ୍ଧି ପାଇ ୩୦୬୦୨.୬୧ ସ୍ତରରେ ବନ୍ଦ ହୋଇଛି । ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଚ ବା ନିଫ୍ଟି ୬୭.୫୦ ଅଙ୍କ ବୃଦ୍ଧି ପାଇ ୮୯୯୨.୮୦ରେ କରାବାର ବନ୍ଦ କରିଛି ।

ଆଜି ଏନଟିପିସି, ବେଦାନ୍ତ, ହିଣ୍ଡଲ୍କୋ, ଆଇସିଆଇସିଆଇ, ଟାଇଟନ, ସନ ଫାର୍ମା, ଏସବିଆଇ, ଇଣ୍ଡସିଣ୍ଡ ବ୍ୟାଙ୍କ, ବଜାବ ଫାଇନାନ୍ସ, ୟୁପିଏଲ ଆଦି ଭଲ କାରବାର କରିଥିଲେ । ସେହିପରି ଏଚସିଏଲ ଟେକ, ଟେକ୍ ମହିନ୍ଦ୍ରା, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ହିନ୍ଦୁସ୍ଥାନ ୟୁନିଲିଭର, ଇନଫ୍ରାଟେଲ୍, ଇନଫୋସିସ ଆଦି ଖରାପ ପ୍ରଦର୍ଶନ କରିଥିଲେ ।

ସେହିପରି ସିକ୍ୟୋରିଆଲ ଇଣ୍ଡେକ୍ସ ଉପରେ ନଜର ପକାଇଲେ, ଆଜି ଆଇଟି ଓ ଏଫଏମସିଜିର ଅତିରିକ୍ତ ସମସ୍ତ ସେକ୍ଟର୍ସ ଅଭିବୃଦ୍ଧିରେ ବନ୍ଦ ହୋଇଛି । ଏଥିରେ ମିଡିଆ, ମେଟାଲ, ରିୟଲ୍ଟି, ଫାର୍ମା, ବ୍ୟାଙ୍କ ଓ ପିଏସୟୁ ରହିଛି ।

ଦିନସାରା ଏପରି ରହିଲା ବଜାରର ସ୍ଥିତି

ଆଜି ସେନସେକ୍ସ ଆରମ୍ଭରୁ ୨୯୦.୭୩ ଅଙ୍କ ଅର୍ଥାତ ୦.୯୬ ପ୍ରତିଶତ ହ୍ରାସ ପାଇ ୩୦୦୮୯.୦୮କୁ ଚାଲିଯାଇଥିଲା । ସେହିପରି ନିଫ୍ଟି ମଧ୍ୟ ୭୬.୧୫ ଅଙ୍କ ବା ୦.୮୫ ପ୍ରତିଶତ ହ୍ରାସ ପାଇ ୮୮୪୯.୧୫କୁ ଖସି ଆସିଥିଲା । ଏହାପରେ ବଜାରରେ କାରବାର ଭଲ ହୋଇଥିଲା । ସକାଳ ୧୧.୩୦ରେ ବିଏସଇ ସେନସେକ୍ସ ୨୨୫.୩୯ ଅଙ୍କ ବୃଦ୍ଧି ପାଇ ୩୦୬୦୫.୨୦ରେ ପହଁଚିଥିଲା । ସେହିପରି ନିଫ୍ଟି ମଧ୍ୟ ୪୮.୧୫ ଅଙ୍କ ବୃଦ୍ଧି ପାଇ ୮୯୭୩.୪୫ରେ ପହଁଚି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.