ସେନସେକ୍ସ ୮୭୮ ପଏଣ୍ଟ ହ୍ରାସ, ଦିନକରେ ନିବେଶକଙ୍କର ବୁଡିଗଲା ୩ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | December 15, 2022 IST

ମୁମ୍ବାଇ ୧୫।୧୨: ସେୟାର ବଜାରରେ ଗୁରୁବାର ବିକ୍ରି ପ୍ରଭାବୀ ରହିଛି। ଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ସହ ୬୧,୭୯୯.୦୩ ଅଙ୍କରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ହ୍ରାସ ସହ ୪୮,୪୧୪.୯୦ ଅଙ୍କରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ ହାରରେ ୦.୫୦ ପ୍ରତିଶତ ବୃଦ୍ଧି କରିବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ଆଗକୁ ମଧ୍ୟ ସୁଧହାର ବୃଦ୍ଧି ନେଇ ଫେଡେରାଲଙ୍କ ସୂଚନା ଭାରତୀୟ ବଜାରକୁ ପ୍ରଭାବିତ କରିଛି।

ଆମେରିକାରେ ସୁଧାହର ୧୫ ବର୍ଷର ଶୀର୍ଷତମ ସ୍ତରକୁ ପହଞ୍ଚିଛି। ଫଳରେ ବଜାର ନିବେଶକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଛି। ଫଡେରାଲ ରିଜର୍ଭଙ୍କ ସୁଧହାର ବୃଦ୍ଧି ଘୋଷଣା ପରେ ବଜାରରେ ଚାରିପଟୁ ବିକ୍ରି ଆରମ୍ଭ ହୋଇଯାଇଛି। ସେନସେକ୍ସରେ ସାମିଲ ୩୦ ସେୟାରଙ୍କ ମଧ୍ୟରୁ ଏନଟିପିସି ଓ ସନଫାର୍ମାକୁ ଛାଡିଦେଲେ ବାକି ୨୮ ସେୟାର ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ବଜାରରେ ଜୋରଦାର ବିକ୍ରି ଆରମ୍ଭ ହୋଇଯାଇଥିବାରୁ ନିବେଶକଙ୍କ କ୍ଷତି ହୋଇଛି।

{"id":721482,"width":840,"height":554,"sizeSlug":"full","linkDestination":"none"}

ଡିସେମ୍ବର ୧୪ ତାରିଖ ଦିନ ବଜାର ବନ୍ଦ ହେବା ବେଳକୁ ବିଏସଇରେ ସୂଚୀବଦ୍ଧ କମ୍ପାନୀଙ୍କ ବଜାର ପୁଞ୍ଜିକରଣ ୨.୯୧ ଲକ୍ଷ କୋଟି ଟଙ୍କା ଥିଲା। ତେବେ ଗୁରୁବାର କାରବାର ଆରମ୍ଭ ହେବା ପରେ ଏହା ହ୍ରାସ ହୋଇ ୨.୮୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଫଳରେ ଦିନକରେ ବଜାରରେ ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ଆଇଟି ସେୟାରରେ ହ୍ରାସ ଓ ବଜାରରେ ଦୁର୍ବଳ ପରିସ୍ଥିତି ୩୦ ସେୟାରର ବିଏସଇ ସୂଚକାଙ୍କ ପୂର୍ବାହ୍ନରେ ୧୮୬.୭୪ ପଏଣ୍ଟ ହ୍ରାସ ହୋଇ ୬୨,୪୯୧.୧୭ଅଙ୍କରେ ଖୋଲିଥିଲା। ସେହିପରି ନିଫ୍ଟି ୫୧.୯୫ ପଏଣ୍ଟ ହ୍ରାସ ହୋଇ ୧୮,୬୦୮.୩୫ ଅଙ୍କରେ ଖୋଲିଥିଲା।

ତେବେ ସେନସେକ୍ସରେ ଟେକ୍ ମହିନ୍ଦ୍ରା, ଇଂଫୋସିସ୍, ଏଚସିଏଲ ଟେକ୍ନୋଲଜିସ୍, ଟାଟା କନସଲ୍ଟାନ୍ସି ସର୍ଭିସେସ୍, ଟାଇଟନ ଓ ଅଲ୍ଟ୍ରାଟେକ୍ ସିମେଣ୍ଟ ଆଦିରେ ହ୍ରାସ ଦେଖାଯାଇଥିଲା। ତେବେ କେବଳ ୨ଟି କମ୍ପାନୀ ଏନଟିପିସି ଓ ସନ ଫର୍ମା ଲାଭରେ ଥିଲେ। ତେବେ ଜିୟୋଜିତ ଫାଇନାନ୍ସିଆଲ ସର୍ଭିସେସ୍‌ର ଗବେଷଣା ମୁଖ୍ୟ ବିନୋଦ ନାୟର ଫେଡେରାଲ ରିଜର୍ଭଙ୍କ ଆକ୍ରମକ ରୂପ ବଜାରକୁ ଚମକାଇଥିବା କହିଛନ୍ତି। ତେବେ ବଜାର ଏବେ ବ୍ୟାଙ୍କ ଅଫ ଇଂଲଣ୍ଡ(ବିଓଇ) ଏବଂ ଇୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ(ଇସିବି)ର ନିଷ୍ପତ୍ତିକୁ ଅପେକ୍ଷା କରିଛି। ଉଭୟବ୍ୟାଙ୍କ ସେମାନଙ୍କ ନୀତିଗତ ହାର ଅଧା ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.