ଲଗାତାର ପଞ୍ଚମ ଦିନରେ ହ୍ରାସ ସହ ବନ୍ଦ ହେଲା ଘରୋଇ ପୁଞ୍ଜି ବଜାର, ୧୩୯ ଅଙ୍କ କମିଲା ସେନସେକ୍ସ, ନିଫ୍ଟି ୧୭,୬୦୦ ତଳେ
23/02/2023 at 6:55 PM

ନୂଆଦିଲ୍ଲୀ: ନକାରାତ୍ମକ ବୈଶ୍ୱିକ ସଂକେତ ମଧ୍ୟରେ ଲଗାତାର ପଞ୍ଚମ ଦିନରେ ଗୁରୁବାର ଘରୋଇ ପୁଞ୍ଜି ବଜାରରେ ହ୍ରାସ ରକେର୍ଡ କରାଯାଇଛି । ସେନସେକ୍ସ ୧୩୯ ଅଙ୍କ ହ୍ରାସ ପାଇଥିବା ବେଳେ ନିଫ୍ଟି ୪୩ ଅଙ୍କ କମି ୧୭,୬୦୦ ତଳକୁ ଖସି ଆସିଛି । ଗୁରୁବାର ସେନସେକ୍ସ ୧୩୯ ଅଙ୍କ ହ୍ରାସ ସହ ୫୯୬୦୬ ସ୍ତରରେ ବନ୍ଦ ହୋଇଥିଲା, ସେହିପରି ନିଫ୍ଟି ୧୭୫୧୧ ସ୍ତରରେ ବନ୍ଦ ହୋଇଛି । ଆଜି ଏନର୍ଜି ଏବଂ ଇନଫ୍ରା ସେୟାର ଗୁଡିକରେ ହ୍ରାସ ଦେଖିବାକୁ ମିଳିଛି ।
ନିଫ୍ଟି ବ୍ୟାଙ୍କ ୬ ଅଙ୍କ ବଢି ୪୦୦୦୨ ସ୍ତରରେ ବନ୍ଦ ହୋଇଛି । ମିଡକ୍ୟାପ ଏବଂ ସ୍ମଲକ୍ୟାପର କ୍ଲୋଜିଂ ଫ୍ଲାଟ୍ ରହିଛି । ମିଡକ୍ୟାପ ୪୫ ଅଙ୍କ ହ୍ରାସ ହୋଇ ୩୦୧୬୬ରେ ବନ୍ଦ ହୋଇଛି । ଫର୍ମା ସେୟାର ଗୁଡିକ ମଧ୍ୟ ଆଜି ଚାପରେ ରହିଥିଲା । ତେବେ ମେଟାଲ ଏବଂ ଏଫଏମସିଜି ଇଣ୍ଡେକ୍ସରେ କମ ବୃଦ୍ଧି ସହ ବନ୍ଦ ହୋଇଛି ।
ନିଫ୍ଟିର ୫୦ ସେୟାର ମଧ୍ୟରୁ ୨୭ରେ ହ୍ରାସ ଘଟିଛି । ସେହିପରି ସେନସେକ୍ସର ୩୦ ମଧ୍ୟରୁ ୧୭ ସେୟାରରେ ବିକ୍ରି ଦେଖିବାକୁ ମିଳିଛି । ନିଫ୍ଟି ବ୍ୟାଙ୍କର ୧୨ ମଧ୍ୟରୁ ୯ ସେୟାର ବୃଦ୍ଧି ହୋଇଛି । ଡଲାର ତୁଳନାରେ ଆଜି ଟଙ୍କା ୧୨ ପଇସା ମଜଭୁତ ହୋଇ ୮୨.୭୩ ସ୍ତରରେ ବନ୍ଦ ହୋଇଛି । କରାବାର ସମୟରେ ଆଜି ପ୍ରାୟ ୧୫୭୦ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା, ସେହିପରି ୧୭୭୬ ସେୟାରରେ ହ୍ରାସ ହୋଇଥିଲା । ୧୫୨ ସେୟାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।