scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୭୨୮ ପଏଣ୍ଟକୁ ଛୁଇଁଲା ସେନସେକ୍ସ, ଦିନକରେ ନିବେଶକଙ୍କ ୨.୧୧ଲକ୍ଷ କୋଟି ଟଙ୍କା ଲାଭ

29/11/2023 at 5:37 PM

ମୁମ୍ବାଇ ୨୯।୧୧: ଭାରତୀୟ ସେୟାର ବଜାର ୨୯ ନଭେମ୍ବର ବୁଧବାର ଲଗାତାର ଦ୍ୱିତୀୟ ଦିନ ଅଭିବୃଦ୍ଧି ସହ ବନ୍ଦ ହୋଇଛି। ବ୍ୟାଙ୍କିଙ୍ଗ, ଆଇଟି ଓ ଅଟୋ ସେୟାରରେ ଅଭିବୃଦ୍ଧି ଯୋଗୁ ସେନସେକ୍ସ ୭୨୮ ପଏଣ୍ଟ ଉପରକୁ ଉଠିଛି। ଏତିକି ବେଳେ ନିଫ୍ଟି ୨୦,୧୦୦କୁ ଛୁଇଁଛି। ଫଳରେ ସେୟାବଜାରରେ ଦିନକରେ ନିବେଶକଙ୍କ ସମ୍ପତ୍ତି ୨.୧୧ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ବିଏସଇ ମିଡ କ୍ୟାପ୍‌ ଓ ସ୍ମଲ କ୍ୟାପ୍ ସେୟାର ଯଥାକ୍ରମେ ୦.୭୮ ଓ ୦.୪୦ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି।

ସେହିପରି ସେକ୍ଟୋରାଲ ଇଣ୍ଡେକ୍ସରେ ରିଏଲିଟି ଓ କଞ୍ଜ୍ୟୁମର ଡ୍ୟୁରୋବଲସ୍ କୁ ଛାଡିଦେଲେ ବାକି ସବୁ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି। କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୭୨୭.୭୦ ପଏଣ୍ଟ ଅର୍ଥାତ ୧.୧୦ ପ୍ରତିଶତ ବୃଦ୍ଧି ସହ ୬୬,୯୦୧.୯୧ ଅଙ୍କରେ ବନ୍ଦ ହୋଇଛି। ଏଥିରେ ଏନଏସଇଙ୍କ ୫୦ ସେୟାରଙ୍କ ନିଫ୍ଟି ୨୦୬.୯୦ ଅର୍ଥାତ ୧.୦୪ ପ୍ରତିଶତ ବୃଦ୍ଧି ସହ ୨୦,୦୯୬.୬୦ ସ୍ତରରେ ବନ୍ଦ ହୋଇଛି।

ବିଏସଇ ଲିଷ୍ଟେଡ କମ୍ପାନୀମାନଙ୍କର ମୋଟ ମାର୍କେଟ କ୍ୟାପିଟାଲ ନଭେମ୍ବର ୨୯ରେ ୩୩୩.୧୬ଲକ୍ଷ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଯାହା ଗତ କାରବାର ଦିବଶ ଶୁକ୍ରବାର ୩୩୧.୦୫ ଲକ୍ଷ କୋଟି ଟଙ୍କାରେ ଥିଲା। ଏଇଭଳି ଭାବେ ବିଏସଇରେ ଲିଷ୍ଟେଡ କମ୍ପାନୀଙ୍କ ମାର୍କେଟ୍ କ୍ୟାପ୍ ଗୋଟିଏ ଦିନରେ ୨.୧୧ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ଅନ୍ୟଅର୍ଥରେ କହିବାକୁ ଗଲେ ନିବେଶକଙ୍କ ୱେଲଥରେ ୨.୧୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି। ବିଏସଇରେ ୩୦ ମଧ୍ୟରୁ ୨୬ ସେୟାର ବୃଦ୍ଧି ସହ ବନ୍ଦ ହୋଇଛନ୍ତି। ଏଥିରେ ଆକ୍ସିସ୍‌ ବ୍ୟାଙ୍କର ସେୟାରରେ ସବୁଠୁ ଅଧିକ ୩.୯୨ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

ଏଥିରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ୱିପ୍ରୋ, ଟାଟା ମୋଟର୍ସ ଓ ଏଚଡିଏଫସି ବ୍ୟାଙ୍କର ସେୟାର ପାଖାପାଖି ୧.୯୪ ପ୍ରତିଶତରୁ ନେଇ ୩.୨୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସହ ବନ୍ଦ ହୋଇଛି। ସେନସେକ୍ସରେ ୪ଟି ସେୟାର ଲାଲ ସଂକେତ ଅର୍ଥାତ ହ୍ରାସ ସହ ବନ୍ଦ ହୋଇଛନ୍ତି। ଏଥିରେ ନେସ୍ଲେ ଇଣ୍ଡିଆର ସେୟାର ସର୍ବାଧିକ ୦.୫୭ ପ୍ରତିଶତ ହ୍ରାସରେ ବନ୍ଦ ହୋଇଛି। ସେହିପରି ଟାଇଟନ, ବଜାଜ ଫିନସର୍ଭ ଓ ଅଲ୍ଟ୍ରାଟେକ୍ ସିମେଣ୍ଟର ସେୟାର ୦.୦୭ ପ୍ରତିଶତରୁ ୦.୪୯ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।

Byju’sର ବଢିବ ଅଡୁଆ ! ୧୬୦ କୋଟି ବକେୟା ମାମଲାରେ NCLTରେ ଯାଚିକା ଦାଖଲ କଲା ବିସିସିଆଇ

   Related Posts