Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଇତିହାସରେ ପ୍ରଥମ : ରେକର୍ଡ ସ୍ତରରେ ସେୟାର ବଜାର, ସେନସେକ୍ସ୍ ୪୬ ହଜାର ଓ ୧୩ ହଜାର ଉପରେ ନିଫ୍ଟି, ସୁଧୁରୁଛି ଅର୍ଥବ୍ୟବସ୍ଥା

9/12/2020 at 5:47 PM

ନୂଆଦିଲ୍ଲୀ ୦୯/୧୨ : ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୬ ହଜାର ପାର କରିଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ୍ ୧.୦୯ ପ୍ରତିଶତ ବୃଦ୍ଧି ପାଇ ୪୯୪.୯୯ ଅଙ୍କ ସହିତ ୪୬୧୦୩.୫୦ରେ ବନ୍ଦ ହୋଇଛି । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧.୦୨ ପ୍ରତିଶତ ବୃଦ୍ଧି ପାଇ ୧୩୬.୧୫ ଅଙ୍କ ସହିତ ୧୩୫୨୯.୧୦ରେ ବନ୍ଦ ହୋଇଛି । କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି ।

ମାର୍ଚ୍ଚ ମାସରେ ସେୟାର ବଜାରରେ ସର୍ବକାଳୀନ ତଳକୁ ଖସିଥିବା ବେଳେ ଅକ୍ଟୋବର ମାସରେ ସେନସେକ୍ସ୍ ୪୦ ହଜାର ପାର କରିଥିଲା । ନଭେମ୍ବର ୫ ତାରିଖରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୂଯାୟୀ ସେନସେକ୍ସ ୪୧,୩୪୦ରେ ବନ୍ଦ ହୋଇଥିଲା । ସେହିପରି ନଭେମ୍ବର ୧୦ରେ ୪୩,୨୨୭, ନଭେମ୍ବର ୧୮ରେ ୪୪,୧୮୦ ଏବଂ ଡିସେମ୍ବର ୪ ତାରିଖ ସୁଦ୍ଧା ସେନସେକ୍ସ୍ ବୃଦ୍ଧି ପାଇ ୪୫ ହଜାର ପାର କରିଥିଲା ।  

ବଡ ବଡ ସେୟାର ହୋଲଡରମାନଙ୍କ ମଧ୍ୟରେ ୟୁପିଏଲ୍, ଏସିୟାନ ପେଣ୍ଟସ୍, ଆଇଓସି, ଷ୍ଟକ୍ ବ୍ୟାଙ୍କ୍ ଏବଂ ଏଚଡିଏଫସି ବ୍ୟାଙ୍କର ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଥିଲା । ୟସ୍ ବ୍ୟାଙ୍କର ସେୟାର ଗତ ୨ ଦିନ ମଧ୍ୟରେ ୧୦ ପ୍ରତିଶତ ଉପରେ ସର୍କିଟ୍ ଲଗାଇଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ୍ ୨୫୪.୪୮ ଅଙ୍କ ସହିତ  ୪୫୮୬୨.୯୯ରୁ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୭୪.୬୦ ଅଙ୍କ ସହିତ ୧୩୪୬୭.୬୦ରୁ ଆରମ୍ଭ ହୋଇଥିଲା । ମଙ୍ଗଳବାର ସେୟାର ବଜାର ଭଲ ଆରମ୍ଭ କରିଥିଲା । ସେନସେକ୍ସ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୧୮୧.୫୪ ଅଙ୍କ ସହିତ ୪୫୬୦୮.୫୧ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୦.୨୮ ପ୍ରତିଶତ ବୃଦ୍ଧି ପାଇ ୩୭.୨୦ ଅଙ୍କ ସହିତ ୧୩୩୯୨.୯୫ରେ ବନ୍ଦ ହୋଇଥିଲା ।

   Related Posts