ଡ୍ୟୁଟିକୁ ଫେରିବା ବେଳେ ହେଲା ଡକାୟତି; ସ୍ଥଳସେନା ଯବାନଙ୍କୁ ଗୁଳିକରି ହତ୍ୟା କଲେ ୨ ଦର୍ବୃତ୍ତ

Published By : Prameya-News7 Bureau | August 18, 2022 IST

ପାଟନା ୧୮/୦୮: ଜଣେ ଯବାନଙ୍କୁ ଦୁର୍ବୃତ୍ତମାନେ ବିହାରରେ ଗୁଳି କରି ହତ୍ୟା କରିଛନ୍ତି। କଙ୍କଡ଼ାବାଗର ଓଲ୍ଡ ବାଇପାସରେ ଥିବା ଚନ୍ଦନ ଅଟୋ ମୋବାଇଲ୍‌ ପାଖରେ ଅଭିଯୁକ୍ତମାନେ ଡକାୟତି କରିବା ସମୟରେ ବବଲୁ କୁମାର ନାମକ ଜଣେ ଯବାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ବୁଧବାର ରାତି  ୨: ୩୦ରେ ଏପରି ଅଘଟଣା ହୋଇଛି। ଖବର ଅନୁସାରେ ବବଲୁଙ୍କ ଘର ଚାନ୍ଦପୁରାରେ ରାଘୋପୁରା ଗାଁରେ। ସେ ପାଟଳିପୁତ୍ର ଷ୍ଟେସନକୁ ଯାଉଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ତାଙ୍କ ଠାରୁ ମୋବାଇଲ୍‌ ମନି ପର୍ସ ସହିତ ଅନ୍ୟାନ୍ୟ ଜିନିଷ ଲୁଟୁଥିଲେ। ଏଥିରେ ଯବାନ ଜଣଙ୍କ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକ ଗୁଳି କରିଥିଲେ। ତେଣୁ  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।     

ମୃତ ଯବାନଙ୍କ ବାପା ଅମରନାଥ ଯାଦବ କହିଛନ୍ତି ବବଲୁ କୁମାର ଗୌହାଟିରେ ନିୟୋଜିତ ଥିଲେ। ସେଣ୍ଟ୍ରାଲ୍‌ ସ୍କୁଲ୍‌ରେ ପୁଅର ନାଁ ଲେଖାଇବା ପାଇଁ ସେ ଘରକୁ ଆସିଥିଲେ। ତାଙ୍କ ମୃତଦେହକୁ ଏବେ ଦାନାପୁର ସ୍ଥଳସେନା କାର୍ଯ୍ୟଳୟରେ ରଖାଯାଇଛି। ବବଲୁ ରାଜଧାନୀ ଏକ୍ସପ୍ରସରେ ପାଟଳିପୁତ୍ରରୁ ଗୌହାଟି ଯିବା ପାଇଁ ବାଇକରେ ଯିବାବେଳେ ଏପରି ପରିସ୍ଥିତିର ସାମ୍ନା କରିଥିଲେ। ଘଟଣାରୁ ଝଣାଯାଏ, ଚନ୍ଦନ ଅଟୋମୋବାଇଲ୍‌ ସର୍ଭିସ ପାଖରେ ଦୁଇଜଣ ଲୋକ ବାଇକ୍‌ରେ ଆସି ତାଙ୍କୁ ରେଳ ଷ୍ଟେସନରୁ ରାସ୍ତା ପଚାରିଥିଲେ।

ଏହାପରେ ବବଲୁ ଗାଡ଼ି ଧିରେ ଚଳାଇବାରୁ ତାଙ୍କୁ ଦୁର୍ବୃତ୍ତମାନେ ପଛପଟୁ ଗୁଳି କରିଥିଲେ। ଫଳରେ ବାଇକ୍‌ର ପଛରେ ବସି ଥିବା ବବଲୁ ସେଠାରେ ଟଳିପଡ଼ିଥିଲେ। ବବଲୁଙ୍କୁ ଗାଡ଼ିରେ ନେଇ ଯାଉଥିବା ଲୋକଟି ଭୟବୀତ ହୋଇ ସେଠାରୁ କିଛି ଦୂରକୁ ଚାଲିଯାଇଥିଲେ। ପରେ ସେଠାକୁ ସେ ଆସି ଦେଖିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ସେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.