ସାମାନ୍ୟ କଥାକୁ କେନ୍ଦ୍ରକରି କଲେଜ୍‌ ପରିସରରେ ଆକ୍ରମଣ, +୨ ଛାତ୍ର ଗୁରୁତର

Published By : Prameya-News7 Bureau | December 21, 2022 IST

ଆନନ୍ଦପୁର, ୨୧।୧୨: ସାମାନ୍ୟ କଥାକୁ କେନ୍ଦ୍ରକରି ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହି ଠାରେ ଜଣେ +୨ କଳା ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ସେ ଏଥିରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଛାତ୍ରଙ୍କ ନାମ ସୁବ୍ରତ ପାତ୍ର ବୋଲି ଜଣାପଡ଼ିଛି ।

ଗତକାଲି ପରୀକ୍ଷା ସରିବା ପରେ ପରୀକ୍ଷା  ହଲରେ ସାର୍‌ଙ୍କୁ ଖାତା ଦେଇ ସୁବ୍ରତ ଫେରୁଥିଲେ । ଏହି ସମୟରେ ହଲରେ ପାଟିତୁଣ୍ଡ କରୁଥିବା ଜଣେ +୨ ବିଜ୍ଞାନ ଛାତ୍ରଙ୍କୁ ସୁବ୍ରତ ବାରଣ କରିଥିଲେ । ଯାହା ଫଳରେ ସଂପୃକ୍ତ ବିଜ୍ଞାନ ବିଭାଗର ଛାତ୍ରଙ୍କ ସହ ସୁବ୍ରତଙ୍କର କଥା କଟାକଟି ହୋଇଥିଲା । ରାଗରଖି  ଆଜି ସଂପୃକ୍ତ ଛାତ୍ର ଅନ୍ୟ ତିନିଜଣ +୩ ଛାତ୍ରଙ୍କ ସହଯୋଗରେ ସୁବ୍ରତକୁ କଲେଜ ପରିସରରେ ଆକ୍ରମଣ କରି ଗୁରୁତର କରିଥିଲା । ତେବେ ଏହି ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ନହେବାରୁ କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.