ଆଇପିଏସ୍ ସମ୍ମିଳନୀର ଆଜି ଅନ୍ତିମ ଦିବସ ; ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
19/01/2019 at 8:49 AM

ଭୁବନେଶ୍ବର ୧୯|୧: ଭୁବନେଶ୍ବର ପୋଲିସ ଭବନରେ ଚାଲିଥିବା ୩ଦିନିଆ ଆଇପିଏସ୍ ସମ୍ମିଳନୀର ଆଜି ଅନ୍ତିମ ଦିବସ । ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ସାଇବର କ୍ରାଇମ୍, ନକ୍ସଲ ଦମନ, ୨୦୧୯ ନିର୍ବାଚନ, ଭିଭିଆଇପି ମାନଙ୍କ ସୁରକ୍ଷା, ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ, ସରକାରୀ ସମ୍ପତି ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏହାସହ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ମଧ୍ୟ ଯୋଗ ଦେବେ ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023