ଆସନ୍ତା ୧୩ରେ ଓଡ଼ିଶା ଆସିବେ ଇସିଆଇର ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା
29/08/2023 at 1:03 PM

ଭୁବନେଶ୍ବର ୨୯।୮: ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି CEO ନିକୁଞ୍ଜ ଧଳ । ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ତଥା ଇସିଆଇର ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରିବେ । ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ୯ଟି ଜିଲ୍ଲା ପାଇଁ ଭିଭିପାଟ ମଧ୍ୟ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ଯାଞ୍ଚ ହେବ । ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ନିର୍ବାଚନ ନେଇ ଏହା ଏକ ପ୍ରକ୍ରିୟା । ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ନିର୍ବାଚନ ପାଇଁ ପାଇଁ ପ୍ରସ୍ତୁତି ଆଗୁଆ ନିର୍ବାଚନ ସହ ସମ୍ପର୍କ ନାହିଁ । ଆମେ ସବୁ ପ୍ରସ୍ତୁତ କରୁଛି । ଉପକରଣ, ମାନୁଆଲ ପାଇଁ ସମୟ ସରକାର । ଅକ୍ଟୋବର ପ୍ରଥମ ସପ୍ତାହରୁ EVM କମିଶନିଂ/ଟେଷ୍ଟିଂ କାମ ଆରମ୍ଭ ହେବ । ନଭେମ୍ବର ୧୫ ସୁଦ୍ଧା ଟେଷ୍ଟିଂ କାମ ସରିବା ଲକ୍ଷ୍ୟ । ଏହାର ଅର୍ଥ ସେପ୍ଟେମ୍ବର ୧୫ ପୂର୍ବରୁ ନିର୍ବାଚନ ହେବାର ନାହିଁ । ଭାରତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଷ୍ପତ୍ତି ଅନୁସାରେ କାମ ହେବା । ଏ ପର୍ଯ୍ୟନ୍ତ ସବୁ ଜିଲ୍ଲାକୁ ଭିଭିପାଟ୍ ଆସିନି । ରାଜ୍ୟର ୯ ଜିଲ୍ଲା ପାଇ ଆସିଥିବା ବେଳେ, ଆହୁରି ୨୧ ଜିଲ୍ଲାକୁ ଭିଭିପାଟ୍ ଆସିନି । ୧୭ ଅକ୍ଟୋବରରେ ଡ୍ରାଫ୍ଟ ଭୋଟର ଲିଷ୍ଟ ତାଲିକା ପ୍ରକାଶ କରିବାକୁ ଲକ୍ଷ ରଖାଯାଇଛି । ସେପଟେ ସେପ୍ଟେମ୍ବର ୧୩ରେ ECI ବରିଷ୍ଠ ଅଧିକାରୀ ଟିମ୍ ଓଡ଼ିଶା ଗସ୍ତରେ ଆସିବେ । ଜିଲ୍ଲାମାନଙ୍କ ସହ ଆଲୋଚନା କରିବେ । ଯାହା ବି ହେବ ECIଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ହେବ ।
You Can Read :